Advertisment

ଆହତ କଲରା ପତରିଆ ବାଘକୁ ଧରି ଚିକିତ୍ସା କରୁଛି ବନବିଭାଗ

ଉଦ୍ଧାର ପରେ କଲରାପତରିଆକୁ ନନ୍ଦନ କାନନର ଭେଟରିନରି ହସ୍ପିଟାଲକୁ ଅଣାଯାଇଛି।

Tiger

Tiger

Advertisment

ଜଙ୍ଗଲ ବିଭାଗ ଚନ୍ଦକା ଡିଭିଜନର ରାପିଡ୍ ରେସପନସ ଟିମ୍ ଓ ମହାନଦୀ ଡିଭିଜନର ମିଳିତ ଟିମ୍ ଏକ ଆହତ କଲରାପତରିଆ ବାଘକୁ ଉଦ୍ଧାର କରିଛନ୍ତି। ବାଘଟିକୁ ଉଦ୍ଧାର କରିବା ପରେ ସ୍ୱତନ୍ତ୍ର ଭାବେ ତାର ଚିକିତ୍ସା କରାଯାଉଛି।

Advertisment

ପିସିସିଏଫ୍ ୱାଇଲଡ ଲାଇଫ୍ ସୁଶାନ୍ତ ନନ୍ଦ ସ୍ପଷ୍ଟ କରିଛନ୍ତି, ଶିକାରୀଙ୍କ ଦ୍ୱାରା ଏହି କଲରା ପତରିଆ ବାଘଟି ଆହତ ହୋଇନାହିଁ। ସେ କହିଛନ୍ତି ବାଘଟି ତାର ପଛ ଦୁଇ ଗୋଡ଼ରେ ଚାଲି ପାରୁ ନଥିଲା। ଘୁଷୁରି ଘୁଷୁରି ଚଳା ବୁଲା କରୁଥିଲା। ଉଦ୍ଧାର ପରେ କଲରାପତରିଆକୁ ନନ୍ଦନ କାନନର ଭେଟରିନରି ହସ୍ପିଟାଲକୁ ଅଣାଯାଇଛି।

OUAT ର ବିଶେଷଜ୍ଞ ଟିମ ଓ ନନ୍ଦନ କାନନ ଡାକ୍ତରୀ ଦଳ ତାହାର ଚିକିତ୍ସା କରୁଛନ୍ତି। ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ। କେଉଁ କାରଣରୁ ଆହତ ହୋଇଛି, ତାହାର ପରୀକ୍ଷା ନିରୀକ୍ଷା କରାଯାଉଛି । ତାର ଚିକିତ୍ସା ପରେ ତାକୁ ପୁଣି ଜଙ୍ଗଲକୁ ଛଡାଯିବ।

Advertisment
Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe