/odisha-reporter/media/post_attachments/uploadimage/library/16_9/16_9_0/IMAGE_1727371536.jpg)
Representative Image
ନିଜର ବିଭିନ୍ନ ଦାବି ନେଇ ଆନ୍ଦୋଳନ ଜାରି ରଖିଥିବା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘକୁ ମନାଇବା ପାଇଁ ସରକାରୀସ୍ତରରେ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ରାଜ୍ୟ ସରକାର ନର୍ସିଂ କର୍ମଚାରୀମାନଙ୍କ ଦାବି ପୂରଣ ଓ ସମାଧାନ ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ, ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବି ଉପରେ ସରକାର ଆଜି ଆଲୋଚନା କରିଛନ୍ତି । ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଉଠାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ନର୍ସିଂ ଅଫିସରମାନଙ୍କୁ ଆନ୍ଦୋଳନରୁ ଓହରି ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ସରକାର ପରାମର୍ଶ ଦେଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ନିଜର ବିଭିନ୍ନ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
