୧୦ବର୍ଷରେ ୭୪୭୮ଟି ସ୍କୁଲକୁ ବନ୍ଦ କରିସାରିଲେଣି ସରକାର

ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୭୪୭୮ଟି ସରକାରୀ ସ୍କୁଲକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିସାରିଛନ୍ତି । ଏହି ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ସହ ନିକଟସ୍ଥ ସ୍କୁଲରେ ମିଶ୍ରଣ କରାଯାଇଛି ।

ସ୍କୁଲକୁ ବନ୍ଦ PhotoOR

Representational Image

Ordigital Desk
  • Published: Wednesday, 22 November 2023
  • Updated: 22 November 2023, 10:31 PM IST

Sports

Latest News

ବିଗତ ୧୦ବର୍ଷ ମଧ୍ୟରେ ରାଜ୍ୟ ସରକାର ମୋଟ ୭୪୭୮ଟି ସରକାରୀ ସ୍କୁଲକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିସାରିଛନ୍ତି । ଏହି ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ ସହ ନିକଟସ୍ଥ ସ୍କୁଲରେ ମିଶ୍ରଣ କରାଯାଇଛି । ଆଦିବାସୀବହୁଳ ଜିଲ୍ଲା ଗଜପତିରେ ସର୍ବାଧିକ ୬୦୪ଟି ସ୍କୁଲ, ମୟୂରଭଞ୍ଜରେ ୫୩୬ଟି ଓ କନ୍ଧମାଳ ଜିଳ୍ଲାରେ ୪୬୦ଟି ସରକାରୀ ସ୍କୁଲକୁ ବନ୍ଦ କରାଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି ।

ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ଯେ, ୨୦୧୨-୧୩ରୁ ୨୦୨୨-୨୩ ମସିହା ମଧ୍ୟରେ ମୋଟ ୭୪୭୮ଟି ସରକାରୀ ସ୍କୁଲକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଇଛି । ବନ୍ଦ ହୋଇଥିବା ସ୍କୁଲଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ନିକଟସ୍ଥ ସ୍କୁଲରେ ନିୟୋଜିତ କରାଯାଇଛି । ପୁରୀ ଜିଲ୍ଲାରେ ସର୍ବନିମ୍ନ ୫୦ଟି ସ୍କୁଲ, ଦେବଗଡ଼ରେ ୯୬ଟି ସ୍କୁଲ, କେନ୍ଦୁଝରରେ ୧୦୦ଟି ସ୍କୁଲ, ମାଲକାନଗିଗିରିରେ ୧୨୨ଟି, ଝାରସୁଗୁଡ଼ାରେ ୧୧୪ଟି ସ୍କୁଲ, ବାଲେଶ୍ୱରରେ ୧୨୩ଟି ସ୍କୁଲକୁ ବନ୍ଦ କରାଯାଇଛି । କଟକ ଜିଲ୍ଲାରେ ୫୨୯ଟି, ବାଲେଶ୍ୱର ଜିଲ୍ଲାରେ ୧୨୩ଟି, ଗଞ୍ଜାମ ଜିଳ୍ଲାରେ ୪୯୩ଟି ସ୍କୁଲ, କୋରାପୁଟ ଜିଲ୍ଲାରେ ୪୨୫ଟି ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି ।

Also Read

ଅନ୍ୟପକ୍ଷରେ ରାଜ୍ୟର ମୋଟ ୭୯୯୮ଟି ପଂଚାୟତରେ ୮୦୯୯ଟି ହାଇସ୍କୁଲ ଥିବାବେଳେ ୪୨୬ଟି ପଂଚାୟତରେ ବିଲକୁଲ ହାଇସ୍କୁଲ ନାହିଁ । ଯଦିଓ ପ୍ରତ୍ୟେକ ପଂଚାୟତରେ ଗୋଟିଏ ହାଇସ୍କୁଲ ଖୋଲିବା ପାଇଁ ସରକାର ଘୋଷଣା କରିଥିଲେ ।

ରାଜ୍ୟରେ ଏବେ ମୋଟ ୫୨୮୦୭ଟି ସ୍କୁଲ ରହିଛି । ସେଥିରେ ୪୬୯୫୭ଟି ସରକାରୀ ସ୍କୁଲ ଓ ୫୮୫୦ଟି ସରକାରୀ ଅନୁଦାନ ଓ ବ୍ଲକଗ୍ରାଣ୍ଟ ସ୍କୁଲ ରହିଛି ।

ରାଜ୍ୟରେ ୨୬୬୧୦ଟି ସରକାରୀ ପ୍ରାଥମିକ, ୧୪୯୧୮ଟି ଉଚ୍ଚ ପ୍ରାଥମିକ, ୪୭୬୨ଟି ମାଧ୍ୟମିକ, ୬୬୭ଟି ଉଚ୍ଚ ମାଧ୍ୟମିକ ସରକାରୀ ସ୍କୁଲ ରହିଛି । ସେହିପରି ସରକାରୀ ଅନୁଦାନପ୍ରାପ୍ତ ଓ ବ୍ଲକଗ୍ରାଣ୍ଟ ସ୍କୁଲ ବର୍ଗରେ ୨୯୨ଟି ପ୍ରାଥମିକ ସ୍କୁଲ, ୧୫୧୯ଟି ଉଚ୍ଚ ପ୍ରାଥମିକ, ୩୩୩୭ଟି ମାଧ୍ୟମିକ ଓ ୭୦୨ଟି ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି ।

ରାଜ୍ୟରେ ଏବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ୨୦ହଜାର ଜୁନିୟର ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିୟୋଜନ ପ୍ରକ୍ରିୟା ଜାରି ରହିଛି ।

ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୫୪୦ଟି ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ ମାଧ୍ୟମରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଉଛି । ସେହିପରି ୬୯୦ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ପାଇଁ ୨୦୬୪ଟି ଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ସିଲେକ୍ସନ ବୋର୍ଡ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି । ଚଳିତବର୍ଷ ସରକାରୀ ଉଚ୍ଚ ବିଦ୍ୟାଳୟରେ ୯୨ଟି ପ୍ରଧାନ ଶିକ୍ଷକ ପଦବୀରେ ଯୋଗ୍ୟ ବିବେଚିତ ଓଇଏସ୍ ପ୍ରାର୍ଥମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story