Advertisment

୫୦ଜଣ ପୁଲିସ କର୍ମୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

ରାଜ୍ୟ ପୁଲିସର ବିଭିନ୍ନ ସେବାରେ କାର୍ଯ୍ୟରତ ଏହି ଅଫିସର ଓ କର୍ମଚାରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।

navin patnaik

navin patnaik

Advertisment

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ଆଜି ରାଜ୍ୟ ପୁଲିସର ୫୦ଜଣ କର୍ମଚାରୀ ଓ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ପୁଲିସର ବିଭିନ୍ନ ସେବାରେ କାର୍ଯ୍ୟରତ ଏହି ଅଫିସର ଓ କର୍ମଚାରୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଓ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଏହି ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ହୋମଗାର୍ଡ, ଅଗ୍ନିଶମ, ସିଭିଲ ଡିଫେନ୍ସ, ଜେଲ୍ ଓ ସାଧାରଣ ପୁଲିସ ବର୍ଗର କର୍ମଚାରୀ ଓ ଅଫିସରମାନଙ୍କୁ ଏହି ପଦକ ପ୍ରଦାନ କରାଯାଇଛି।

Advertisment

ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ମାଓବାଦୀଙ୍କ ବିରୁଦ୍ଧରେ ଅପରେସନ୍ ପାଇଁ ୩ଜଣ ଏସଓଜି ଯବାନ ଓ ଜଣେ ଡିଭିଏଫ ଯବାନଙ୍କୁ ସାହାସିକତା ନିମନ୍ତେ ପୁଲିସ ମେଡାଲ ପ୍ରଦାନ କରିଛନ୍ତି ।

ସେହିପରି ଉଳ୍ଲେଖନୀୟ ସେବା ପାଇଁ ପ୍ରେସିଡେଣ୍ଟ ପୁଲିସ ମେଡାଲରେ ଆଇପିଏସ୍ ସଞ୍ଜୟ କୁମାର ଓ ଓପିଏସ୍ ରବୀନ୍ଦ୍ରନାଥ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ମେରିଟୋରିୟସ୍ ସର୍ଭିସ ପାଇଁ ୧୧ଜଣଙ୍କୁ ପୁଲିସ ମେଡାଲ, ୨୦ଜଣଙ୍କୁ ଗଭର୍ଣ୍ଣନ୍ସର୍ସ ମେଡାଲ, ସାହାସିକତା ପାଇଁ ଜଣେ କର୍ମଚାରୀଙ୍କୁ ଅଗ୍ନିଶମ ସେବା ମେଡାଲ, ୨ଜଣଙ୍କୁ ମେରିଟୋରିୟସ୍ ସେବା ପାଇଁ ଅଗ୍ନିଶମ ସେବା ମେଡାଲ, ୩ଜଣଙ୍କୁ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ମେଡାଲ, ୨ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଗଭର୍ଣ୍ଣନ୍ସ ମେଡାଲ ଏବଂ ମେରିଟୋରିୟସ୍ ସର୍ଭିସ ପାଇଁ ୫ଜଣ ପୁଲିସ କର୍ମଚାରୀଙ୍କୁ କରେକ୍ସନାଲ ସର୍ଭିସ ମେଡହଲ ପ୍ରଦାନ କରାଯାଇଛି।

Advertisment

ଭୁବନେଶ୍ୱରରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ପୁଲିସ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Odisha Police Naveen Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe