Advertisment

୭ ଦିନ ହେଲା ମଣ୍ଡିରେ ପଡିଛି ଧାନ, ନେବାକୁ କେହି ଆସୁନାହାନ୍ତି

ରେଢାଖୋଲ ବ୍ଲକ୍‌ରେ ରହିଛି ବଡମାଲ ଧାନ ମଣ୍ଡି। ଏଠାରେ ଧାନ ବିକିବା ପାଇଁ ୨୭ ଜଣ ଚାଷୀ ଆଜିକୁ ୭ ଦିନ ତଳେ ପ୍ରାୟ ୩୧୦୦ କ୍ୱିଣ୍ଟାଲ୍‌ ଧାନ ଧରି ଆସିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନ କିଣିବା ପାଇଁ ନିୟୋଜିତ ମିଲରଙ୍କ ଦେଖା ଦର୍ଶନନାହିଁ।

Paddy

Paddy

Advertisment

ଆଜିକୁ ୭ ଦିନ ହେଲାଣି ମଣ୍ଡିରେ ପଡିଛି ଧାନ। ଧାନ କିଣିବାକୁ ନା ଆସୁଛନ୍ତି ମିଲର, ନା ଆସୁଛନ୍ତି କୌଣସି ଏଜେନ୍ସି। ନା ଦେଖା ମିଳୁଛି ନୋଡାଲ ଆଫିସରଙ୍କର। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରି ଚିତ୍ର ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅଞ୍ଚଳରେ।

Advertisment

ରେଢାଖୋଲ ବ୍ଲକ୍‌ରେ ରହିଛି ବଡମାଲ ଧାନ ମଣ୍ଡି। ଏଠାରେ ଧାନ ବିକିବା ପାଇଁ ୨୭ ଜଣ ଚାଷୀ ଆଜିକୁ ୭ ଦିନ ତଳେ ପ୍ରାୟ ୩୧୦୦ କ୍ୱିଣ୍ଟାଲ୍‌ ଧାନ ଧରି ଆସିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନ କିଣିବା ପାଇଁ ନିୟୋଜିତ ମିଲରଙ୍କ ଦେଖା ଦର୍ଶନନାହିଁ। ଯାହାଫଳରେ ଚାଷୀ ବିଚରା ଦିନରାତି ଶୀତ କାକରରେ ମଣ୍ଡିର ଟିଣ ପିଣ୍ଡି ଘର ତଳେ ପଡିଛନ୍ତି। ରାତିର କାକର ପାଣି ଧାନ ଉପରେ ପଡିଥିବା ପାଲରେ ଜମି ରହୁଛି। ଶୀଘ୍ର ନଉଠିଲେ ଧାନ ନଷ୍ଟହେବାର ସମ୍ଭାବନା ରହିଛି।

ମଣ୍ଡିରୁ ଧାନ ଉଠାଇବା ପାଇଁ ଅଭିଯୋଗ କଲେ କେହି ଶୁଣୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ସମବାୟ ସମିତି ଅଧିକାରୀଙ୍କ ଦେଖାନାହିଁ। ତେବେ ଏନେଇ ବଡମାଲ ସମବାୟ ସମିତି ସମ୍ପାଦକ କହିଛନ୍ତି, ମୁଁ ସମସ୍ୟା ସମ୍ପର୍କରେ ଜଣାଇଛି। ହେଲେ ଧାନ ଉଠାଇବା ପାଇଁ କେହି ଏପର୍ଯ୍ୟନ୍ତ ଆସିନାହାଁନ୍ତି। ବୋଧହୁ ଆସନ୍ତାକାଲି ମଣ୍ଡି ତାରିଖ ଥିବାରୁ ମିଲର ଆସିଲେ ଧାନ ଉଠିବ ବୋଲି ସମ୍ପାଦକ କହିଛନ୍ତି।

Advertisment

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Paddy Procurement Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe