ଦେବଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ସୁନାଖଣି ଓ ଏହାର ଆଖପାଖ ଅଂଚଳରେ ଏକ ହେଲିକେପ୍ଟର ବୁଲୁଥିବା ଦେଖାଯାଇଛି। ହେଲିକେପ୍ଟରରେ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ ମିଟର ଖଞ୍ଜା ଯାଇଛି, ଯାହା ସାହାଯ୍ୟରେ ବିଭିନ୍ନ ଖଣିଜଦ୍ରବ୍ୟର ଅନୁସନ୍ଧାନ କରାଯାଇଥାଏ।
ଗତକାଲିଠାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ହେଲିକେପ୍ଟର ବୁଲୁଥିବା ଦେଖାଯାଉଛି। ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି।
Also Read
ଗତକାଲି ଟିଙ୍କବୀର, କୁଳବସା, ଗୁଣ୍ଡିଆପାଲି, ଲୁଲଙ୍ଗ ଆଦି ପଂଚାୟତର ବିଭିନ୍ନ ଗାଁ ଉପରେ ଅନେକ ସମୟ ଧରି ହେଲିକେପ୍ଟର ରାଉଣ୍ଡ ପରେ ରାଉଣ୍ଡ ମାରିଥିଲା। ଆଜି ସକାଳ ପ୍ରାୟ ୧୦ ଟାରୁ ଦେବଗଡ଼ ଜିଲ୍ଲା ଆଡସ ପଂଚାୟତରେ ଚିହ୍ନଟ ହୋଇଥିବା ସୁନାଖଣି ଏବଂ କଂସର ପଂଚାୟତର ଖଜୁରୀଖମଣ, ତେଲଭାଙ୍ଗୁଣି ଓ ଭଙ୍ଗାମୁଣ୍ଡା ଗାଁ ଉପରେ ହେଲିକେପ୍ଟର ବୁଲିଥିବା ଜଣାପଡ଼ିଛି । ହେଲିକେପ୍ଟର କେଉଁଠୁ ଆସୁଛି, କ’ଣ ପାଇଁ ବୁଲୁଛି ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଲୋକ ଆଶଙ୍କାରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଡ଼ିଶାର କଶ୍ମୀରରେ ଇଟାଲୀ ପର୍ଯ୍ୟଟକ
ଇଟାଲୀ ପର୍ଯ୍ୟଟକ କାଥେରୀନା ଓ ଟୋନି। ନୂଆବର୍ଷରେ ଉଭୟ ଓଡ଼ିଶା ଆସିଛନ୍ତି। ଓଡ଼ଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଯାଇଥିଲେ। ଉଭୟ ଶୀତୁଆ ସକାଳରେ କାକର ଭିଜା ଘାସର ଗାଲିଚା ସାଙ୍ଗକୁ ପଟାଙ୍ଗୀ ଆଦିବାସୀ ସାହିର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ।
Miscellaneous
ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍
ଡ୍ରୋନଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରୀ ବୁଲିଥିଲା।
Miscellaneous
୨ ହଜାର ନୂଆ ଟ୍ରାଫିକ ପୁଲିସ ପଦବୀ ସୃଷ୍ଟିକୁ ମଞ୍ଜୁରୀ, ଚଳିତବର୍ଷ ପୂରଣ ହେବ ୫୦୦ ପଦବୀ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଜାତୀୟ ସଡ଼କ ସୁରକ୍ଷା ମାସର ରାଜ୍ୟସ୍ତରୀୟ ଉଦଯାପନ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ।
Miscellaneous
ଜୁଏଲଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଏବେ ମୋହନଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ
ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗାଁରେ ଜନ୍ମିତ ମନୋଜ ସାହୁ ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବିଏସସି ଓ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିବା ପରେ ୨୦୦୬ ମସିହାରେ ଆଇଏଏସ୍ ଚାକିରିରେ ଯୋଗ ଦେଇଥିଲେ ।
Miscellaneous
କେବେ ଲୋକାର୍ପିତ ହେବ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନ? ସମୀକ୍ଷା କଲେ ଅପରାଜିତା
ମାଷ୍ଟରକ୍ୟାଣ୍ଟିନସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀର ଉନ୍ନୟତ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ରେଳ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।