Advertisment

ବୁଲୁଛି ହେଲିକପ୍ଟର, ଆଶଙ୍କାରେ ଲୋକେ!

ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି।

Helicopter

Helicopter

Advertisment

ଦେବଗଡ଼ ଜିଲ୍ଲାରେ ଚିହ୍ନଟ ହୋଇଥିବା ସୁନାଖଣି ଓ ଏହାର ଆଖପାଖ ଅଂଚଳରେ ଏକ ହେଲିକେପ୍ଟର ବୁଲୁଥିବା ଦେଖାଯାଇଛି। ହେଲିକେପ୍ଟରରେ ଇଲେକ୍ଟ୍ରୋ ମ୍ୟାଗ୍‌ନେଟିକ ମିଟର ଖଞ୍ଜା ଯାଇଛି, ଯାହା ସାହାଯ୍ୟରେ ବିଭିନ୍ନ ଖଣିଜଦ୍ରବ୍ୟର ଅନୁସନ୍ଧାନ କରାଯାଇଥାଏ।

Advertisment

ଗତକାଲିଠାରୁ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ହେଲିକେପ୍ଟର ବୁଲୁଥିବା ଦେଖାଯାଉଛି। ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ସୂଚନା ନଥିବା ଜଣାପଡ଼ିଛି।

ଗତକାଲି ଟିଙ୍କବୀର, କୁଳବସା, ଗୁଣ୍ଡିଆପାଲି, ଲୁଲଙ୍ଗ ଆଦି ପଂଚାୟତର ବିଭିନ୍ନ ଗାଁ ଉପରେ ଅନେକ ସମୟ ଧରି ହେଲିକେପ୍ଟର ରାଉଣ୍ଡ ପରେ ରାଉଣ୍ଡ ମାରିଥିଲା। ଆଜି ସକାଳ ପ୍ରାୟ ୧୦ ଟାରୁ ଦେବଗଡ଼ ଜିଲ୍ଲା ଆଡସ ପଂଚାୟତରେ ଚିହ୍ନଟ ହୋଇଥିବା ସୁନାଖଣି ଏବଂ କଂସର ପଂଚାୟତର ଖଜୁରୀଖମଣ, ତେଲଭାଙ୍ଗୁଣି ଓ ଭଙ୍ଗାମୁଣ୍ଡା ଗାଁ ଉପରେ ହେଲିକେପ୍ଟର ବୁଲିଥିବା ଜଣାପଡ଼ିଛି । ହେଲିକେପ୍ଟର କେଉଁଠୁ ଆସୁଛି, କ’ଣ ପାଇଁ ବୁଲୁଛି ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଲୋକ ଆଶଙ୍କାରେ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe