Advertisment

ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଉଥିଲେ ବହୁ ଓଡ଼ିଆ ଓକିଲ: ରାଷ୍ଟ୍ରପତି

ସେ କହିଛନ୍ତି, ଓଡ଼ିଶାର ମଧୁ ବାରିଷ୍ଟର ଏହି ମୁକ୍ତି ସଂଗ୍ରାମରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ।

ଅଦ୍ୟତନ ହୋଇଛି
President Droupadi Murmu

President Droupadi Murmu

Advertisment

ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ଦେଉଥିଲେ ବହୁ ଓକିଲ। ଓଡ଼ିଶାର ମଧୁ ବାରିଷ୍ଟର ଏହି ମୁକ୍ତି ସଂଗ୍ରାମରେ ଜଣେ ପ୍ରମୁଖ ଯୋଦ୍ଧା ଥିଲେ। ଆଜି କଟକ ନ୍ୟାସନାଲ ଲ’ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ବକ୍ତବ୍ୟ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।

Advertisment

ସେ କହିଛନ୍ତି, ଆଇନଜୀବୀମାନେ ଗରିବ, ଅସହାୟ ଲୋକଙ୍କୁ ସହଯୋଗ କରନ୍ତୁ। ସମାଜର ସର୍ବନିମ୍ନ ସ୍ତରରେ ଥିବା ଲୋକଙ୍କୁ ନ୍ୟାୟ ଦେବା ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଇନଜୀବୀମାନେ ନିଜ ରୋଜଗାରର କିଛି ଅଂଶ ଗରିବ ଓ ଅସହାୟଙ୍କ ପାଇଁ ବିନିଯୋଗ କରନ୍ତୁ। ନିଜ ଦକ୍ଷତାର କିଛି ଅଂଶ ମଧ୍ୟ ଗରିବ ଓ ଅସହାୟଙ୍କ ସେବାରେ ଲଗାନ୍ତୁ। ଲୋକଙ୍କ ପ୍ରତି ଦରଦ ନ ଥିଲେ ଜଣେ ଭଲ ଡାକ୍ତର ହୋଇପାରିବେ ନାହିଁ। ଗାନ୍ଧିଜୀ ବଡ଼ ଓକିଲ ନଥିଲେ, କିନ୍ତୁ ଅସହାୟଙ୍କ ପ୍ରତି ଦରଦୀ ଥିଲେ।

ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ, ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଓ କଟକ ନ୍ୟାସନାଲ ଲ’ ୟୁନିଭର୍ସିଟିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Advertisment

କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ଫେରିଛନ୍ତି ରାଷ୍ଟ୍ରପତି ଦ୍ରପଦୀ ମୁର୍ମୁ।

Odisha President Of India Droupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe