Advertisment

ପଞ୍ଚଭୂତରେ ଲିନହେଲେ ଶାନ୍ତିଲତା ବାରିକ

ସ୍ୱର୍ଗଦ୍ୱାରରେ ରାଷ୍ଟୀୟ ମର୍ଯ୍ୟାଦାର ସହ ଶାନ୍ତିଲତା ବାରିକଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି

author-image
Biswajit Samal
ଅଦ୍ୟତନ ହୋଇଛି
Shantilata Barik

Shantilata Barik

ପଞ୍ଚଭୂତରେ ଲୀନ ହେଲେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ଚିତା। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ଦେଇଛନ୍ତି। ଶାନ୍ତିଲତାଙ୍କ ଶେଷ ଦର୍ଶନ କରିବାକୁ ସ୍ୱର୍ଗଦ୍ୱାରରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ପ୍ରଶଂସକଙ୍କ ଭିଡ଼ ଜମିଥିଲା।

Advertisment

କ୍ୟାନସରରେ ପୀଡ଼ିତ ଶାନ୍ତିଲତା ବାରିକ ଛୋଟରାୟଙ୍କର ସୋମବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗ ଘଟିଛି। ପରେ ତାଙ୍କ ମୃତଦେହକୁ ଭୁବନେଶ୍ୱର କେଦାର ଗୌରୀ ମନ୍ଦିର ଲେନ୍‌ରେ ଥିବା ବାସ ଭବନକୁ ନିଆଯାଇଥିଲା। ସେଠାର ତାଙ୍କର ଆତ୍ମିୟ ସ୍ୱଜନ, ବନ୍ଧୁବାନ୍ଧବ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ। ପରେ ମୃତଦେହକ ସଂଗୀତ ମହାବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତା’ପରେ ଶନ୍ତିଲତାଙ୍କ ମରଶରୀରକୁ ବିଶାଳ ଶୋଭାଯାତ୍ରା ପୁରୀ ଅଭିମୁଖେ ନିଆଯାଇଥିଲା।

ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଲା ପରେ ଲାଗିଥିଲା ପ୍ରବଳ ଭିଡ଼। ରାଜନେତାଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ବିଶେଷ ଶାନ୍ତିଲତା ବାରିକ ଛୋଟରାୟଙ୍କ ମରଶରୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତା’ପରେ ଦିଆଯାଇଥିଲା ଗାର୍ଡ ଅଫ୍‌ ଅନର। ଶେଷରେ ଜଳିଥିଲା ଚିତା।

Advertisment
Santilata Barik