Advertisment

ଗୋରୁ ଚମଡ଼ା ଓ ହାଡ଼ ବୋଝେଇ ମିନି ଟ୍ରକକୁ ଜାଳିଦେଲେ

ଆଜି ରାତିରେ ଯାଜପୁର ପାଣିକୋଇଲି ଥାନା ଓଚିଣ୍ଡା ଛକରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

mini-truck was set on fire

mini-truck was set on fire

Advertisment

କୋଲକାତା ଯାଉଥିବା ଗୋରୁ ଚମଡ଼ା ଓ ହାଡ଼ ବୋଝେଇ ଏକ ମିନି ଟ୍ରକକୁ ଜାଳିଦେଲେ ଲୋକେ। ଆଜି ରାତିରେ ଯାଜପୁର ପାଣିକୋଇଲି ଥାନା ଓଚିଣ୍ଡା ଛକରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି। ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର ସମେତ ୪ ଜଣଙ୍କୁ ଅଟକ ରଖିଛି। 

Advertisment

ସୂଚନା ମୁତାବକ, ଆଜି ରାତି ପ୍ରାୟ ୮.୩୦ ସମୟରେ କୋରେଇ ପାଣିକୋଇଲି ରାସ୍ତାରେ ଏକ ୪୦୭ ମିନିଟ୍ରକ ପାଣିକୋଇଲି ଅଭିମୁଖେ ଆସୁଥିଲା। ଓଚିନ୍ଦା ଛକ ନିକଟରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇଥିଲେ। ସେଥିରେ ଗୋ-ଚମଡା ଓ ହାଡ଼ ଥିବା ଦେଖି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏହି ଗାଡ଼ିରେ ନିଆଁ ଲଗାଇଦେଇଥିଲେ।

ଖବର ପାଇ ପାଣିକୋଇଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚାଳକ ସମେତ ମୋଟ ୪ଜଣଙ୍କୁ ଅଟକ ରଖିଛି। ଗାଡିଟି କୋରେଇରୁ କଲିକତା ଅଭିମୁଖେ ଗୋ-ଚମଡା ଓ ହାଡ଼ ବୋଝଇ କରି ଯାଉଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଛି। ସୂଚନା ଥାଉକି, ଗତକାଲି ଯାଜପୁର ରୋଡରୁ ଏକ ଚମଡା ବୋଝେଇ ଟ୍ରକ ଧରା ପଡ଼ିଥିଲା।

Advertisment
Jajpur Truck
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe