/odisha-reporter/media/post_attachments/uploadimage/library/16_9/16_9_0/Firemen_1708700718.jpeg)
Firemen
ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହାର। ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ। ଦୁଇ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ଅଗ୍ନିଶମ କର୍ମଚାରୀ ଆଜିଠାରୁ କାର୍ଯ୍ୟରେ ଯୋଗଦେଉଛନ୍ତି।
Advertisment
ପୂର୍ବରୁ ଆନ୍ଦୋଳନକାରୀଙ୍କ ପାଇଁ ଏସମା ଲାଗୁ ଚେତାବନୀ ସହ ଏହାର ନେତୃତ୍ୱ ନେଉଥିବା ମୁଖ୍ୟ ଆଗ୍ନିକ ଅକ୍ଷୟ ପ୍ରଧାନଙ୍କୁ ବାଧ୍ୟତା ମୂଳକ ଅବସର ଭଳି କଡା କାର୍ଯ୍ୟାନୁଷ୍ଠାନ ପରେ ଆଜି ସମସ୍ତ କର୍ମଚାରୀମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିଛନ୍ତି । ବାଧ୍ୟତା ମୂଳକ ଅବସର ଦେଇଥିବା ମୁଖ୍ୟ ଆଗ୍ନୀକ ଅକ୍ଷୟ ପ୍ରଧାନ ଏହା ବିରୋଧରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ଦାବି ପୁରଣ ନହେଲେ ୫ ହଜାର କର୍ମଚାରୀ ଆଗାମୀ ଦିନରେ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
