Advertisment

୧୦୦ ଜନସଂଖ୍ୟା ବିଶିଷ୍ଟ ଗାଁକୁ ସଂଯୋଗ ହେବ ପିଚୁ ରାସ୍ତା

ପିଏମ ଜନ ମନ ଯୋଜନାରେ ୩୫୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଟାର୍ଗେଟ କରାଯାଇଛି।

ଅଦ୍ୟତନ ହୋଇଛି
Rabi Nayak

Rabi Nayak

Advertisment

ଆଉ ଖଟିଆରେ ବୁହା ହେବେନି ରୋଗୀ। ଶହେ ଜନସଂଖ୍ୟା ବିଶିଷ୍ଟ ଗାଁକୁ ପିଚୁ ରାସ୍ତାରେ ସଂଯୋଗ କରାଯିବ। ଗାଁ ଗୁଡ଼ିକର ତାଲିକା ପ୍ରସ୍ତୁତ ସରିଛି।ପିଏମ ଜନ ମନ ଯୋଜନାରେ ୩୫୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଟାର୍ଗେଟ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ପରେ ଏକଥା କହିଛନ୍ତି ମନ୍ତ୍ରୀ ରବି ନାଏକ।

Advertisment

ସେ କହିଛନ୍ତି, ବ୍ରିଜ୍ କମ୍ ବ୍ୟାରେଜ ନିର୍ମାଣ ହେବ। ଏହାଦ୍ୱାରା ଚାଷୀଙ୍କୁ ପାଣି ଦିଆଯାଇ ପାରିବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ହୋଇଥିବା ରାସ୍ତା ପର୍ଯ୍ୟାୟ କ୍ରମେ ଡବଲ ଲାଇନ ହେବ। କାମ ଖରାପ ହେଲେ ବିଭାଗୀୟ ଅଧିକାରୀ ଓ କଣ୍ଟ୍ରାକ୍ଟରଙ୍କ ଉପରେ ଆଇନଗତ କାର୍ଯାନୁଷ୍ଠାନ ହେବ ବୋଲି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ ରବି ନାଏକ।

ଆଗାମୀ ଶହେ ଦିନ ଭିତରେ ୨୦୦ଟି ବ୍ରିଜ୍ କାମ ସାରିବା ନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଆଉ ବାହାର ଲୋକ ନୁହେଁ, ଲୋକାଲ ଲୋକଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର କାମ ମିଳିବ ବୋଲି କହିଛନ୍ତି ରବି ନାଏକ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe