Advertisment

ଆଜିଠୁ ମାଲକାନଗିରିକୁ ଉଡ଼ିବ ବିମାନ

ବିମାନସେବା ଆରମ୍ଭ ପୂର୍ବରୁ ଗତ ୭ ତାରିଖରେ ଏୟାରପୋର୍ଟରେ ବିମାନ ଅବତରଣର ଟ୍ରାଏଲ ରନ୍ କରାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Airport

Airport

 ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ବିମାନ ବନ୍ଦରରୁ VT-100 ଏୟାର କ୍ରାପ୍ଟରେ ବାହାରି ଦିନ ୧୧ଟା ୪୫ରେ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିବେ
ମୁଖ୍ୟମନ୍ତ୍ରୀ।

Advertisment

ଏହା ପରେ ଦିନ ୧୧ଟା ୫୦ରେ ଟର୍ମିନାଲ ବିଲଡିଂରେ ପହଞ୍ଚି ବିମାନ ବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ପରେ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଛାଡ଼ିବା କାର୍ଯ୍ୟକ୍ରମ ରହିଛି। ବିମାନ ବନ୍ଦର ଉଦଘାଟନ ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଗତ ରବିବାର ପ୍ରଥମ ଥର ପାଇଁ ମାଲକାନଗିରି ଏୟାରଷ୍ଟ୍ରିପରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ କରିଥିଲା। ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ଅବତରଣ କରିଥିଲା ୭ଟି ସିଟ୍ ବିଶିଷ୍ଟ VT 100 ଏୟାରକ୍ରାଫ୍ଟ। ୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତି ହେଇଛି।

Advertisment
Malkangiri