Advertisment

ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଥିଲେ, ଉଦ୍ଧାର କଲା ପୁଲିସ

ପାଟକରା ପୁଲିସର ସ୍ୱତନ୍ତ୍ର ଟିମ୍‌ ପୁଣେ ଯାଇ ଶିବଙ୍କୁ ଉଦ୍ଧାର କରିଛି।

ଅଦ୍ୟତନ ହୋଇଛି
Workers

Workers

Advertisment

ଅନ୍ୟରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଲେ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଶିବ ନାୟକ। ଦୁଇ ମାସ ହେଲା ପୁଣେରେ ଫସି ରହିଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ପାଟପୁର ପୁଲିସ ଯାଇ ତାଙ୍କୁ ଉଦ୍ଧାର କରିଛି।

Advertisment

ଗାଁରେ କାମ ମିଳିଲାନି। ତେଣୁ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯିବାକୁ ଆଗ୍ରହ ପ୍ରକାଶ କରିଥିଲେ ପଳାସପୁର ଗାଁର ନିରଞ୍ଜନ ନାୟକଙ୍କ ପୁଅ ଶିବ ନାୟକ। ସେଇ ସମୟରେ ସେ ଜଣେ ଦାଦନ ଦଲାରଙ୍କ ହାବୁଡ଼ରେ ପଡ଼ିଥିଲେ। ଦୁଇ ମାସ ତଳେ ସ୍ଥାନୀୟ ଅଞ୍ଚଳର ୬ ଜଣ ଯୁବକଙ୍କ ସହିତ ଶିବଙ୍କୁ ଧରି ଦଲାଲ ମାହାରାଷ୍ଟ୍ରର ପୁଣେକୁ ଯାଇଥିଲେ। ସମସ୍ତଙ୍କୁ ପୁଣେର ଚିଞ୍ଚେୱାଡ଼ା ଅଞ୍ଚଳରେ ଜଣେ ଦାଦନ ସର୍ଦ୍ଦାର ପାଖରେ ଛାଡ଼ି ୩ ଲକ୍ଷ ୫୦ ହଜାର ଟଙ୍କା ଆଣିଥିବା ଅଭିଯୋଗ ହୋଇଛି।

ଶିବଙ୍କ ସହିତ ୬ ଜଣ ଯୁବକ ଉକ୍ତ ସର୍ଦ୍ଦାର ପାଖରେ କାମ କରୁଥିଲେ। କିଛିଦିନ କାମ କରିବା ପରେ ଦାଦନ ସର୍ଦ୍ଦାରଙ୍କ ଅତ୍ୟାଚାର ଆରମ୍ଭ ହେଲା। ପରବର୍ତ୍ତି ସମୟରେ ଅତ୍ୟାଚାର ବଢିବାରେ ଲାଗିଲା। ତେଣୁ ଶିବଙ୍କ ସାଥୀ ୬ ଜଣ ସେଠାରୁ ଖସି ଆସିଥିଲେ। ଶିବ ସେଠାରେ ରହି ଯାଇଥିଲେ। ଶିବ ସେଠାରେ ବନ୍ଦୀ ଜୀବନ କାଟୁଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ପରେ ଏନେଇ ଗଞ୍ଜାମ ପୁଲିସ ସହାୟତା ନେଇଥିଲେ। ପାଟକରା ପୁଲିସ ସ୍ୱତନ୍ତ୍ର ଟିମ୍‌ ପୁଣେ ଯାଇ ଶିବଙ୍କୁ ଉଦ୍ଧାର କରିଛି।

Advertisment
Odia Workers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe