Advertisment

ରତ୍ନଭଣ୍ଡାର ସୁରକ୍ଷିତ ଅଛି, ଆପଣମାନେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ଏହାକୁ ଏଡ଼ାଇ ଯାଉଛନ୍ତି । ଏଥିପାଇଁ ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି ।

author-image
Ordigital Desk
Ratna Bhandra

Ratna Bhandra

“ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ସୁରକ୍ଷିତ ଅଛି, ଆପଣମାନେ କେହି ସେଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ହାଇକୋର୍ଟ ଦେଇଥିବା ରାୟ ପ୍ରସଙ୍ଗରେ ପରିଚାଳନା କମିଟିରେ ଆଲୋଚନା ହେବାପରେ ହାଇକୋର୍ଟଙ୍କୁ ଅବଗତ କରାଯିବ ।” ଏଭଳି କିଛି ବେପରୁୱା ଢଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ।

Advertisment

ରତ୍ନଭଣ୍ଡାର ଖୋଲିବା ସଂକ୍ରାନ୍ତରେ ଗତ ମାସରେ ହାଇକୋର୍ଟ ଦେଇଥିବା ରାୟ ଉପରେ କ’ଣ ପଦକ୍ଷେପ ନିଆଯାଇଛି ବୋଲି ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ଅତ୍ୟନ୍ତ ହାଲକା ଭାବେ ପ୍ରତିକ୍ରିୟା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି ଯେ, ସେ ପ୍ରସଙ୍ଗରେ ଆଲୋଚନା ହେଲାପରେ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯିବ । ରତ୍ନଭଣ୍ଡାର ସୁରକ୍ଷିତ ଅଛି,ଆପଣମାନେ କେହି ବ୍ୟସ୍ତ ହୁଅନ୍ତୁ ସେ ବିଷୟରେ । ସେହିପରି ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି ଯେ,  ଆଗାମୀ ବୈଠକରେ ସ୍ୱତନ୍ତ୍ର କମିଟି ଗଠନ ପ୍ରସଙ୍ଗରେ ଆଲୋଚନା କରାଯିବ ।

ଉଲ୍ଲେଖଯୋଗ୍ୟ, ଗତମାସ ଶେଷ ସପ୍ତାହରେ ହାଇକୋର୍ଟ ତାଙ୍କ ରାୟରେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ସ୍ୱତନ୍ତ୍ର କମିଟି ଗଠନ କରି ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ନିମନ୍ତେ ପ୍ରସ୍ତାବ ପଠାଇବାକୁ କହିଥିଲେ । ଆଉ ଏହାପରେ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ରତ୍ନଭଣ୍ଡାର ଖୋଲି ଆବଶ୍ୟକ ପଡ଼ିଲେ ମରାମତି କରିବେ ଏବଂ ଅଳଙ୍କାର ହିସାବ କରିବା ନିମନ୍ତେ କହିଥିଲେ । ଏଥିପାଇଁ କୋର୍ଟ ୨ମାସ ସମୟ ଦେଇଛନ୍ତି ।

Advertisment

କିନ୍ତୁ ହାଇକୋର୍ଟଙ୍କ ରାୟର ପ୍ରାୟ ୧୫ଦିନ ବିତିଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ କିଛି ପଦକ୍ଷେପ ନେଇନାହାନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ଆଜି ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିବା ସହ ଯେଉଁ ଢଙ୍ଗରେ ରତ୍ନଭଣ୍ଡାର ସୁରକ୍ଷିତ ଅଛି, ଆପଣମାନେ କେହି ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କହିଲେ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା ସହ ଜଡ଼ିତ ରତ୍ନଭଣ୍ଡାର ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ପ୍ରଶ୍ନ କରିଥିଲେ କିନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାକୁ  ଅତ୍ୟନ୍ତ ହାଲକା ଭାବେ ନେଇଥିବା ଦେଖିବାକୁ ମିଳିଛି ।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର ଏହାକୁ ଏଡ଼ାଇ ଯାଉଛନ୍ତି । ଏଥିପାଇଁ ବିଭିନ୍ନ ସମୟରେ ଶ୍ରଦ୍ଧାଳୁମାନେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏଭଳି ମନ୍ତବ୍ୟ ରତ୍ନଭଣ୍ଡାର ଖୋଲିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରଶାସନ ଏକ ସତ୍ୟପାଠ ଦାଖଲ କରି ରତ୍ନଭଣ୍ଡାରରେ ୧୪୯କିଲୋ ୪୬୦ଗ୍ରାମ ସୁନା ଓ ୧୮୪ କିଲୋ ରୂପା ଅଳଙ୍କାର ଅଛି ବୋଲି ହାଇକୋର୍ଟଙ୍କୁ ଅବଗତ କରିଥିଲେ । ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲଯାଇଥିଲା ଓ ଅଳଙ୍କାରର ହିସାବ କରାଯାଇଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ ଅଛି । ସେହିପରି ଶ୍ରୀଜୀଉଙ୍କ ବ୍ୟବହାର ପାଇଁ ଚଳନ୍ତି ଭଣ୍ଡାରରେ ୩.୪୮୦ କିଲୋ ସୁନା ଓ ୩୦୦ କିଲୋ ୫୦୩ ଗ୍ରାମ ରୂପା ଅଳଙ୍କାର ରହିଛି ବୋଲି ଦର୍ଶାଇଥିଲେ ।

Puri Shreemandir Puri Ratna Bhandar