Advertisment

ରାସ୍ତାରେ ପ୍ରସବ କଲେ ମହିଳା

ସ୍ଥାନୀୟ ଲୋକ ଓ ପରିବାର ଲୋକେ ହୁଣ୍ଡାଇଙ୍କୁ ଷ୍ଟ୍ରେଚର୍‌ରେ ବୋହି ନେଉଥିଲେ। ଅଧା ରାସ୍ତାରେ ହୁଣ୍ଡାଇ ପ୍ରସବ କରିଥିଲେ।

ଅଦ୍ୟତନ ହୋଇଛି
Rayagada

Rayagada

Advertisment

ରାଜ୍ୟରେ ସ୍ୱସ୍ଥ୍ୟ ବିଭାଗର ବିକଳ ଚିତ୍ର। ଗାଁକୁ ରାସ୍ତା ନାହିଁ। ଷ୍ଟ୍ରେଚର୍‌ରେ ବୁହାହେଉଥିବା ବେଳେ ରାସ୍ତାରେ ପ୍ରସବ କଲେ ମହିଳା। ଏପରି ଚିତ୍ର ଆସିଚି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରୁ ବ୍ଲକ ପାରସାଲି ପଞ୍ଚାୟତରୁ।

Advertisment

ଆଜି ସକାଳେ ଫାକେରୁ ଗ୍ରାମର ହୁଣ୍ଡାଇ ସିକକାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ନିର୍ଦ୍ଧରିତ ସମୟରେ ଆମ୍ବୁଲାନ୍ସ ଆସିଥିଲା। ହେଲେ ଗାଁକୁ ରାସ୍ତା ନଥିବାରୁ ଅଧାବାଟରେ ଅଟକି ଯାଇଥିଲା ଆମ୍ବୁଲାନ୍ସ।

ସ୍ଥାନୀୟ ଲୋକ ଓ ପରିବାର ଲୋକେ ହୁଣ୍ଡାଇଙ୍କୁ ଷ୍ଟ୍ରେଚର୍‌ରେ ବୋହି ନେଉଥିଲେ। ଅଧା ରାସ୍ତାରେ ହୁଣ୍ଡାଇ ପ୍ରସବ କରିଥିଲେ। ସାଙ୍ଗେ ସାଙ୍ଗେ ସେଠାରୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ମେଡିକାଲରେ ମା’ ଝିଅଙ୍କର ଚିକିତ୍ସା ଚାଲିଛି।

Advertisment
Pregnant Wife 108 Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe