Advertisment

କୁଦୋପାଲିର ଇତିହାସ ପଢ଼ିବ ବିଶ୍ୱ; ଗୋଟିଏ ଦିନରେ ସହିଦ ହୋଇଥିଲେ ୫୩ ସଂଗ୍ରାମୀ

କୁଦୋପାଲି ପାହାଡ଼ରେ ଇଂରେଜଙ୍କ ବିରୋଧରେ ହୋଇଥିବା ଲଢ଼େଇରେ ଗୋଟିଏ ଦିନରେ ୫୩ଜଣ ସଂଗ୍ରାମୀ ସହିଦ୍ ହୋଇଥିଲେ। ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟିର ନାମ ରହିଛି 'ଦି ସାଗା ଅଫ୍ କୁଦୋପାଲି, ଦି ଅନସଙ୍ଗ୍ ଷ୍ଟୋରୀ ଅଫ୍ ୧୮୫୭'।

author-image
Debadatta Aryashrestha
Book unveiled over Kudopali History

Book unveiled over Kudopali History

ସମ୍ବଲପୁରର କୁଦୋପାଲିଠାରେ ଇଂରେଜ ମାନଙ୍କ ସହ ଲଢି ଗୋଟିଏ ଦିନରେ ୫୩ଜଣ ସଂଗ୍ରାମୀ ସହିଦ୍ ହୋଇଥିଲେ। ଏହି ଘଟଣାକୁ ନେଇ ଏବେ ଏକ ପୁସ୍ତକ ଉନ୍ମୋଚିତ ହୋଇଛି। ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟିର ନାମ ରହିଛି 'ଦି ସାଗା ଅଫ୍ କୁଦୋପାଲି, ଦି ଅନସଙ୍ଗ୍ ଷ୍ଟୋରୀ ଅଫ୍ ୧୮୫୭'।

Advertisment

ଏହି ପୁସ୍ତକ ଉନ୍ମୋଚନ ପାଇଁ ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁସ୍ତକର ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ନ୍ୟାସନାଲ ବୁକ୍ ଟ୍ରଷ୍ଟର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପୁସ୍ତକ 'ଦି ସାଗା ଅଫ୍ କୁଦୋପାଲି, ଦି ଅନସଙ୍ଗ୍ ଷ୍ଟୋରୀ ଅଫ୍ ୧୮୫୭'ଟି ଇଂରାଜୀ ଭାଷାରେ ଆଜି ଉନ୍ମୋଚିତ ହୋଇଥିବାବେଳେ ଖୁବଶୀଘ୍ର ଏହା ଓଡ଼ିଆ, ହିନ୍ଦି ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଆସିବ। 

କୁଦୋପାଲି ପାହାଡ଼ରେ ୩୦ ଡିସେମ୍ବର ୧୮୫୭ରେ ଇଂରେଜମାନଙ୍କ ବିରୋଧରେ ହେଉଥିବା ରଣନୀତି ବିଷୟରେ ଜାଣିପାରି ସେମାନେ ଅତର୍କିତ ଆକ୍ରମଣ କରିଥିଲେ। ବୀର ସଂଗ୍ରାମୀ ଓ ଇଂରେଜମାନଙ୍କ ମଧ୍ୟରେ ଘମାଘୋଟ ଲଢେଇରେ ସେହି ଗୋଟିଏ ଦିନରେ ବୀର ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏଙ୍କ ସମେତ ୫୩ ଜଣ ସଂଗ୍ରାମୀ ସହିଦ ହୋଇଥିବାବେଳେ ୪ ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିଲା। ଏହିଭଳି ମୋଟ ୫୭ଜଣ ସହିଦ ହୋଇଥିଲେ। ଏହି ଯୁଦ୍ଧରେ ଭାଗ ନେଇଥିବା ଅନ୍ୟ ୧୧ ଜଣ ସଂଗ୍ରାମୀଙ୍କୁ ଗିରଫ କରାଯାଇଥିଲା। ଏହି ପ୍ରସଙ୍ଗକୁ 'ଦି ସାଗା ଅଫ୍ କୁଦୋପାଲି' ପୁସ୍ତକରେ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରାଯାଇଛି।

Advertisment
The Saga Of Kudopali Kudopali Dharmendra Pradhan National Book Trust