Advertisment

‘ରତ୍ନଭଣ୍ଡାର ଅଳଙ୍କାର ଗୁଡ଼ିକ ଗଣତିମଣତି ପାଇଁ ଇସ୍ୟୁ ହୋଇସାରିଛି SOP’

ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନ ଭଣ୍ଡାର ଖୋଲା ଯାଇଥିବା ବେଳେ ୧୮ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Justice Biswanath Rath

Justice Biswanath Rath

ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନ ଭଣ୍ଡାରର ଥିବା ଅଳଙ୍କାର ଗୁଡ଼ିକର ଗଣତି,ମଣତି ପାଇଁ SOP ଇସ୍ୟୁ ହୋଇସାରିଛି। SOPରେ ଥିବା ମାର୍ଗଦର୍ଶିକ ଅନୁସାରେ ଆମେ କାମ କରିବୁ। ସେଥିପାଇଁ ଓଡ଼ିଶାବାସୀ ଧର୍ଯ୍ୟ ଧରନ୍ତୁ। ଆଜି ଏପରି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

Advertisment

ଜଷ୍ଟିସ ରଥ କହିଛନ୍ତି, ରତ୍ନ ଭଣ୍ଡାରର ମରାମତି କରାଯିବ। ASI ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି କରିବେ। ଏହାକୁ ସୁକ୍ଷ୍ମ ଭାବରେ ମରାମତି କରାଯିବ। ଏପରି ମରାମତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ମରାମତିର ଆବଶ୍ୟକ ପଡ଼ିବନି। ASI ମରାମତି କରିବା ପରେ ସେମାନେ ଆମକୁ ହସ୍ତାନ୍ତର କରିବେ। ତା’ପରେ ରତ୍ନଭଣ୍ଡାର ଭିତରେ ଗଣତି ମଣତି କରାଯିବ।

SOPରେ କ’ଣ ମାର୍ଗଦର୍ଶିକା ରହିଛି ତା’ ପ୍ରଶ୍ନରେ ଜଷ୍ଟିସ ରଥ କହିଛନ୍ତି, SOP କନଫିଡେନ୍ସିଆଲ। ଏହା ସର୍ବସମ୍ମୁଖରେ ପ୍ରକାଶ କରାଯାଇ ପାରିବ ନାହିଁ। SOPରେ କିଛି ଆବଶ୍ୟକ ରହିଲେ ଆମେ ସରକାରଙ୍କୁ ଅନୁରୋଧ କରିବୁ। ଆଶା ରଖୁଛି ସରକାର ଆମ କଥା ଶୁଣିବେ। ଠାକୁରଙ୍କର ଯେତିକି ସମ୍ପତ୍ତି ଅଛି ତାହା ସୁରକ୍ଷିତ ରହିବା ଦରକାର।

Advertisment

ସୂଚନାଯୋଗ୍ୟ, ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିରର ବାହାର ରତ୍ନ ଭଣ୍ଡାର ଖୋଲା ଯାଇଥିବା ବେଳେ ୧୮ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା। ରତ୍ନ ଭଣ୍ଡାରର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ୧୧ ଜଣିଆ ଅଧିକୃତ ଟିମ୍ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ଏଥିସହ ଗଜପତି ମହାରାଜ ମଧ୍ୟ ଭିତର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗୁଡ଼ିକ ‘ଖଟଶେଯ’ ଘରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଥିଲା। ମୂଲ୍ୟବାନ ସାମଗ୍ରୀ ରଖାଯିବା ପରେ କବାଟ ସିଲ୍ କରାଯାଇଥିଲା।

Puri Shreemandir Puri Ratna Bhandar