Advertisment

ଓଏଏସ୍ ବଦଳି : ଯୁଗଳେଶ୍ୱରୀ ଦାସ ‘ରୋଟି’ ନିର୍ଦ୍ଦେଶକ

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି।

Loka Seva Bhavan

Loka Seva Bhavan

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଭାବେ କାର୍ଯ୍ୟରତ ଯୁଗଳେଶ୍ୱରୀ ଦାସଙ୍କୁ ଭୁବନେଶ୍ୱରସ୍ଥିତ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ(ରୋଟି)ର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଟକସ୍ଥିତ ଆରଡିସି କାର୍ଯ୍ୟାଳୟରେ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ) ସଚିବ ଭାବେ ବଦଳି ହୋଇଛି ।
ସେହିପରି ଭୁବନେଶ୍ୱରସ୍ଥିତ ଇଡକୋ ଲ୍ୟାଣ୍ଡ ଅଫିସର ପ୍ରଜ୍ଞାଧାରା ମିଶ୍ରଙ୍କୁ ଇଡକୋ ମୁଖ୍ୟ ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ ବଦଳି ହୋଇଛି। ତାଙ୍କର ରାଜସ୍ୱ ବିଭାଗକୁ ପୂର୍ବରୁ ହୋଇଥିବା ବଦଳି ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି।

Advertisment

ସେହିପରି କନ୍ଧମାଳ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଜିଲ୍ଲା ପରିଷଦ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ କଟକସ୍ଥିତ ଆରଡିସି କାର୍ଯ୍ୟାଳୟରେ ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି। ସେହିପରି ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି।

ସେହିପରି ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ନିଗମର ଜେନେରାଲ ମ୍ୟାନେଜର ଇତିଶ୍ରୀ ଦାସଙ୍କ ବଦଳିକୁ ରଦ୍ଦ କରାଯାଇଛି । ତାଙ୍କୁ ଗତ ଜାନୁୟାରୀ ମାସରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା । ତାଙ୍କୁ ନିଜ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment
OAS Officers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe