Advertisment

ବଜ୍ରପାତ ସମ୍ପର୍କରେ ସଚେତନା କରିବେ ରାଜ୍ୟ ସରକାର

ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଓସଡମାର ୩୬ତମ ପରିଚାଳନା କମିଟି ବୈଠକରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସହିତ ବିଜୁଳି ଓ ବଜ୍ରପାତ ଭଳି ବିପର୍ଯ୍ୟୟର ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି।

author-image
Ordigital Desk
ଅଦ୍ୟତନ ହୋଇଛି
brajapatra

brajapatra

ବଜ୍ରପାତରେ ଯାଉଛି ଜୀବନ। ଏଥିରୁ ବର୍ତ୍ତିବା ପାଇଁ ବ୍ୟାପକ ସଚେତନା କରାଯାଉଛି। ଏହା ସତ୍ତ୍ୱେ ବଜ୍ରପାତ ଓ ବିଜୁଳିରେ ଯାଉଛି ଲୋକଙ୍କ ଜୀବନ। ଏହାର ମୁକାବିଲା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ବିଜୁଳି ଓ ବଜ୍ରପାତରେ ଅଧିକ ମୃତାହତ ହେଉଥିବା ଜିଲ୍ଲାରେ ବ୍ୟାପକ ସଚେତନତା କରାଯିବ। 

Advertisment

ଆଜି ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଓସଡମାର ୩୬ତମ ପରିଚାଳନା କମିଟି ବୈଠକ ବସିଥିଲା। ଏଥିରେ ବନ୍ୟା, ବାତ୍ୟା, ବଜ୍ରପାତ, ବିଜୁଳି ଆଦି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଉପରେ ଆଲୋଚନା ହୋଇଥିଲା। ଏଥିସହ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବିଜୁଳି ଓ ବଜ୍ରପାତରେ ଅଧିକ ମୃତାହତ ଘଟୁଥିବା ମୟୂରଭଂଜ, ଗଂଜାମ, କେନ୍ଦୁଝର, ବାଲେଶ୍ୱର, କଟକ, ସୁନ୍ଦରଗଡ଼, ନବରଙ୍ଗପୁର, ଯାଜପୁର, ବଲାଙ୍ଗିର, କୋରାପୁଟ ପରି ୧୦ଟି ଜିଲ୍ଲାର ଲୋକଙ୍କୁ ସତର୍କତା ସଂପର୍କରେ ପ୍ରଶିକ୍ଷଣ ଦିଆଯିବ। ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Advertisment

ରାଜ୍ୟର ସମସ୍ତ ବଦ୍ୟାଳୟରେ ବଜ୍ରପାତ ନିରୋଧକ ବ୍ୟବସ୍ଥା(ଲାଇଟନିଂ ଆରେଷ୍ଟର) ରହିବ। ବଜ୍ରପାତ ସମୟରେ ଛାତ୍ରଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆବଶ୍ୟକ ସଚେତନ କରିବେ। ଏଥିପାଇଁ ଫାୟାର ଆଲାରାମ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ତରଫରୁ ମକଡ୍ରିଲ୍‌ କରାଯିବ। ସେହିଭଳି ଭୂକମ୍ପ, ପାଣିରେ ବୁଡିଯିବା, ସାପ କାମୁଡା ଭଳି ଆକସ୍ମିକ ବିପର୍ଯ୍ୟୟ ଓ ଦୁର୍ଦ୍ଦଟଣାକୁ କିପରି ତୁରନ୍ତ ଏବଂ ତ୍ୱରିତ ମୁକାବିଲା କରାଯାଇ ପାରିବ, ସେ ଦିଗରେ ମଧ୍ୟ ସଚେତନ କରିବାକୁ ଆଜି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Lightening Death Odisha Lightening