Advertisment

୫୦ ହଜାର ଲାଞ୍ଚ ନେଇ ଗିରଫ ହେଲେ ଯୋଗାଣ ଅଧିକାରୀ

ବଲାଙ୍ଗିର ଜିଲ୍ଲା ତୁଷୁରାର ଜଣେ ରାଇସ ମିଲ୍ ମାଲିକ ଆଶିଷ କୁମାର ଶର୍ମାଙ୍କଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର।

author-image
Biswajit Samal
Prabhakar Patra

Prabhakar patra

ଲାଞ୍ଚ ନେଉଥିଲେ ଯୋଗାଣ ଅଧିକାରୀ। ମାଡ଼ିବସିଲା ଭିଜିଲାନ୍ସ ବିଭାଗ। ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ସରକାରୀ କାର୍ଯ୍ୟାଳୟରୁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ।

Advertisment

ବଲାଙ୍ଗିର ଜିଲ୍ଲା ତୁଷୁରାର ଜଣେ ରାଇସ ମିଲ୍ ମାଲିକ ଆଶିଷ କୁମାର ଶର୍ମାଙ୍କଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର। ପୂର୍ବ ଯୋଜନା ଅନୁସାରେ ସମ୍ବଲପୁର, ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ବିଭାଗ ମାଡ଼ିବସିଥିଲା। ଗିରଫ ପ୍ରଭାକର ପାତ୍ରଙ୍କୁ ଠାରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହାପରେ ତାଙ୍କ ବଲାଙ୍ଗିର ସାଲେପାଲିଠାରେ ଥିବା ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଛି। 

Vigilance Net Vigilance