Deputy Chief Minister Pravati Parida
ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ସମୟରେ ଭିକେ ପାଣ୍ଡିଆନଙ୍କ ଦ୍ୱାରା ବିଭିନ୍ନ ମଠ ମନ୍ଦିରକୁ ଟଙ୍କା ବଂଟନର ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ କରାଯିବ । ଆଜି ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସିଏମଓର ଜଣେ ଅଧିକାରୀ ରାଜ୍ୟ ତମାମ ବୁଲିବୁଲି ନିଜ ପକେଟରୁ ଦେଲା ଭଳି ଟଙ୍କା ବାଂଟିଲେ । ପର୍ଯ୍ୟଟନ ବିଭାଗରୁ ମଠ ମନ୍ଦିରକୁ ଟଙ୍କା ବାଂଟିଲେ । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କୁ ବିଶ୍ୱାସକୁ ନେଲେ ନାହିଁ । ୩-୪ଜଣ ସଚିବ ସବୁ କଲେ । ଏହାର ତଦନ୍ତ ହେବାର ଆବଶ୍ୟକତା ରହିଛି । ଆମ ସରକାର ନିଶ୍ଚିତ ଟାସ୍କଫୋର୍ସ ଗଠନ କରିବେ ଓ ଏସବୁର ତଦନ୍ତ ହେବ । ସେହିପରି ପିପିପି ମୋଡରେ ପର୍ଯ୍ୟଟନ ଭିତ୍ତିଭୂମିକୁ କିଏ ବିକ୍ରି କରିଥିଲା ତା’ର ମଧ୍ୟ ତଦନ୍ତ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବ ବିଜେଡି ସରକାର ସମୟରେ ପାଣ୍ଡିଆନ ବିଭିନ୍ନ ଅଂଚଳ ଗସ୍ତରେ ଯାଇ ମଠ-ମନ୍ଦିର ଓ ବିଭିନ୍ନ ସ୍ଥାନକୁ ମନଇଚ୍ଛା ପାଣ୍ଠି ଆବଂଟନ କରୁଥିଲେ । ଏପରିକି ଏନେଇ ପ୍ରଶାସନିକ ବିଭାଗ ପାଖରେ କିଛି ଖବର ରହୁନଥିଲା । ପାଣ୍ଡିଆନଙ୍କୁ ଖୁସି କରିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକତରଫା ଭାବେ ସବୁ ନୀତିନିୟମକୁ ଦଳିଚକଟି ଦେଇଥିଲା ବୋଲି ଅଭିଯୋଗ ହେଉଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1724774818.jpg)