Advertisment

ଚୋରି ପାଇଁ ମନ୍ଦିରରେ ପଶିଲେ, କିଛି ନପାଇ ଠାକୁରଙ୍କୁ ଗାଳିଦେଲେ

ରାତିରେ ଦୁର୍ବୁତ୍ତ ମାନେ ମନ୍ଦିର ତାଲା ଭାଙ୍ଗି ଲୁଟ ଉଦ୍ୟମ କରିଥିଲେ। ମନ୍ଦିରରୁ କିଛି ନପାଇବାରୁ ପାଖରେ ଥିବା ଏକ ଘରକୁ ନିଆଁ ଲଗାଇ ଦେଇଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
Temple Loot

Temple Loot

ମନ୍ଦିର ଲୁଟିବାକୁ ଚୋର ଆସିଥିଲେ। ତାଲା ଭାଙ୍ଗି ମନ୍ଦିର ଭିତରକୁ ଗଲେ। ମନ୍ଦିର ଭିତରେ କିଛି ପାଇଲେ ନାହିଁ। ରାଗିଯାଇ ଠାକୁରଙ୍କୁ ଗାଲି କଲେ ଚୋର। ଆଉ ତାପରେ ନିଆଁ ଲଗାଇ ସବୁ ପୋଡ଼ି ଦେଇ ଚାଲିଗଲେ।

Advertisment

ଏଭଳି ଘଟଣା ଘଟିଛି ବାଲିଅନ୍ତା ଥାନା କୁଳସାହି ଗ୍ରାମର ମା’ ବାସୁଲେଇ ଠାକୁରାଣୀ ମନ୍ଦିରରେ। ଶନିବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ମନ୍ଦିର ତାଲା ଭାଙ୍ଗି ଲୁଟ ଉଦ୍ୟମ କରିଥିଲେ। ମନ୍ଦିରରୁ କିଛି ନପାଇବାରୁ ପାଖରେ ଥିବା ଏକ ଘରକୁ ନିଆଁ ଲଗାଇ ଦେଇଥିଲେ।

ତେବେ ଘର କାମ ପାଇଁ ଥିବା ଲକ୍ଷାଧିକ ଟଙ୍କାର କାଠ ଏକ ପାଣି ମଟର ଓ ଗୋଟିଏ ମଟର ସାଇକେଲ ଜଳିପୋଡ଼ି ପାଉଁଶ ହୋଇଯାଇଛି ତେବେ ସ୍ଥାନୀୟ ଲୋକଙ୍କ ଭିଯୋଗ ପରେ ଘଟଣା ସ୍ଥଳରେ ବାଲିଅନ୍ତା ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

Advertisment
Temple Loot