Advertisment

ଆମକୁ ଚାକିରି ଦିଅ, ନ ହେଲେ ରାସ୍ତା ଛାଡ଼ିବୁ ନାହିଁ

ଆମକୁ ଚାକିରି ଦିଅ,ନ ଚେତ ଆମେ ରାସ୍ତା ଛାଡ଼ିବୁ ନାହିଁ। ଏଭଳି କହି ପ୍ରତିବାଦ କରିଛନ୍ତି ବାରିପଦା ରଙ୍ଗାମାଟିଆ ଗାଁର ଲୋକେ।

author-image
Biswajit Samal
ଅଦ୍ୟତନ ହୋଇଛି
protest

protest

ଆମକୁ ଚାକିରି ଦିଅ,ନ ଚେତ ଆମେ ରାସ୍ତା ଛାଡ଼ିବୁ ନାହିଁ। ଏଭଳି କହି ପ୍ରତିବାଦ କରିଛନ୍ତି ବାରିପଦା ରଙ୍ଗାମାଟିଆ ଗାଁର ଲୋକ ମାନେ। ନୂତନ ମେଡ଼ିକାଲ କଲେଜ ସମ୍ମୁଖରେ ସ୍ଥାନୀୟ ଗ୍ରାମବାସୀ ଦୀର୍ଘ ସମୟଧରି ରାସ୍ତା ଅବରୋଧ କରିଛନ୍ତି।

Advertisment

ରଙ୍ଗାମାଟିଆ ପଞ୍ଚାୟତରେ ନୁଆ କରି ମେଡ଼ିକାଲ କଲେଜର ଗ୍ରୁପ ସି ଏବଂ ଡି ବିଭାଗ ରେ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀ ଙ୍କୁ ଚାକିରି ପ୍ରଦାନ, ରଙ୍ଗାମାଟିଆ ମୈଜାରେ ଲୋକଙ୍କୁ ଜମି ଅଧିକାର ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ ଏବଂ ରଙ୍ଗାମାଟିଆ ମୈଜାରେ କୈାଣସି ସରକାରୀ ଯୋଜନା ହେବା ପୂର୍ବରୁ ଗ୍ରାମସଭାରେ ପାରିତ ହେବା ଭଳି ଦାବି ନେଇ ଦିର୍ଘ ସମୟ ଧରି ଲୋକେ ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଚିତ୍ରଡ଼ା ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ଠପ୍ ହୋଇଥିଲା। ମେଡ଼ିକାଲ କଲେଜର ଅଧିକାରୀ ଲୋକଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଏ ଯାଏଁ ରାସ୍ତା ଅବରୋଧ ହଟିନାହିଁ।

Advertisment
Protest