Advertisment

ଅଂଶୁଘାତରେ ଶ୍ରମିକଙ୍କ ମୃତ୍ୟୁ!

ଦିନ ୧୨ଟାରେ କାମ କରିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ।

author-image
Biswajit Samal
Worker

Worker

ଖରାରେ କାମ କରୁଥିବା ବେଳେ ଟଳିପଡ଼ିଲେ ଶ୍ରମିକ। ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ। ଘଟଣାଟି ହେଉଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ମୃତକ ଜଣଙ୍କ ହେଉଛନ୍ତି ରାଏଧର ପୁଞ୍ଜି। ତାଙ୍କ ଘର ହେଉଛି ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗାଁର।

Advertisment

ରାଏଧର ପୁଞ୍ଜି ଶ୍ରମିକ ଭାବେ କାମ କରନ୍ତି। ଆଜି ସକାଳେ କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ରେଲୱେ ଅଣ୍ଡରବ୍ରିଜ କାମରେ ସେ ନିୟୋଜିତ ଥିଲେ। ଦିନ ୧୨ଟାରେ କାମ କରିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ କାମ କରୁଥିବା ଅନ୍ୟ ସାଥୀ ମାନେ ତାଙ୍କୁ ସେଠାରୁ ଉଦ୍ଧାର କରି କଣ୍ଟାବାଞ୍ଜି ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ରାଏଧର ପୁଞ୍ଜିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସାଥୀ ଶ୍ରମିକ ମାନେ। ଏନେଇ ଡାକ୍ତର, ପୁଲିସ ଓ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ନାହିଁ।

Deadbody