River
ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଘଟଣାଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ମାଲଦା ଓ କାଟସାହିରେ। ମୃତକ ହେଉଛନ୍ତି ଦାନ ନାଏକ।
ଦାନ ନାଏକ ଗୁରୁବାର (ଗତକାଲି) ଘରପାଖ ସୁନା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ତାଙ୍କର ଗୋଡ଼ ଖସି ଯିବାରୁ ନଦୀରେ ଭାସି ଯାଇଥିଲେ। ଦାନ ଘରକୁ ଫେରିବା ବିଳମ୍ବ ହେବାରୁ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ଦାନଙ୍କ ପତ୍ତା ମିଳିନଥିଲା।
ଆଜି ସକାଳେ କିଛି ଲୋକ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଇ ସମୟରେ ନଦୀ କୂଳରେ ମୃତଦେହ ଭାସୁଥିବାର ଦେଖିଥିଲେ। ଏନେଇ କୋଇଡ଼ା ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/River_1723202232.jpg)