ରାଜ୍ୟରେ ୨ ହଜାର ୯୮ ହାତୀ ଓ ୨୭ଟି ମହାବଳ ବାଘ ଅଛନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୪ ମସିହାରେ କରାଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬ ଓ ଘୋଡ଼ାହାଡ଼ ଡ୍ୟାମରେ ୮୪ ଗୋ-ମୁହାଁ କୁମ୍ଭୀର ଅଛନ୍ତି।
ମନ୍ତ୍ରୀ ଆହୁରି କହିଛନ୍ତି, ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି। ଚିଲିକା ସହ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ୭୪୩ ଡଲଫିନ ଅଛନ୍ତି। ଚିଲିକା ହ୍ରଦରେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୯ ହଜାର ବିଦେଶାଗତ ପକ୍ଷୀ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।
Also Read
ଏଥିସହ ରାଜ୍ୟକୁ ବାତ୍ୟା, ବନ୍ୟା ଓ ସମୁଦ୍ରକୂଳ କ୍ଷୟ ଜନିତ ବିପଦରୁ ରକ୍ଷା କରିବା ପାଇଁ ଗତ ୩ ବର୍ଷ ଭିତରେ ୧୨୩୪ ହେକ୍ଟର ଲୁଣା ଜଙ୍ଗଲ ଓ ୨୨୬ ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି । ଚଳିତ 2024-25 ଆର୍ଥିକ ବର୍ଷରେ ୭୨ ହେକ୍ଟର ପରିମିତ ଉପକୂଳ ଅଞ୍ଚଳରେ ଝାଉଁବଣ ସୃଷ୍ଟି କରାଯାଉଛି ବୋଲି ତଥ୍ୟ ରଖିଥିଲେ ମନ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୋଢୁଆଁ ହେବେ ବଡ଼ ଠାକୁର; ମାମୁ ଘରୁ ଗଲା ଭାର
ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫୁଲ,ଫଳ ଭାରରେ ରହିଛି।
Miscellaneous
ହାଇକୋର୍ଟରେ ରାଜ୍ୟ ମହିଳା ଆୟୋଗ ବରଖାସ୍ତ ମାମଲା, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ, ୧୧ରେ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜିବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଆଜି ରାଜ୍ୟ ମହିଳା ଆୟୋଗର ୩ଜଣ ବରଖାସ୍ତ ସଦସ୍ୟ ସ୍ୱର୍ଣ୍ଣଲତା ସାମଲ, ବବିତା ସ୍ୱାଇଁ ଓ ବିଜୟ ବରୁୱାଙ୍କ ଦ୍ୱାରା ଦାଏର ପୃଥକ ପୃଥକ ଆବେଦନର ଏକାଠି ଶୁଣାଣି କରିଥିଲେ ।
Miscellaneous
ନେଲେ ଶିଳ୍ପ ପାଇଁ, କଲେ ଆପାର୍ଟମେଣ୍ଟ
୫ ଏକର ଶିଳ୍ପ ଜମିକୁ ଘରବାରି କିସମରେ ପରିବର୍ତ୍ତନ କରିଦେବା ଘଟଣା। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ମାମଲା ରୁଜୁ କରୁନାହାନ୍ତି ଜିଲ୍ଲାପାଳ।
Miscellaneous
‘ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ’
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ମହାସମାରୋହ ପାଳିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Miscellaneous
୧୦ ଟଙ୍କାରେ ପାଇଲସ୍ ଭଲ ହୋଇଯିବ!
ବଡ଼ମ୍ବାରୁ ଆସିଥିବା ସତିଆ ମଉସା କଟକ ବାଲିଯାତ୍ରାରେ ବିକ୍ରି କରୁଛନ୍ତି ଏହି କାଠି।