Advertisment

ରାଜ୍ୟରେ ଅଛନ୍ତି ୨୭ ମହାବଳ ଓ ୨୦୯୮ ହାତୀ

ରାଜ୍ୟକୁ ବାତ୍ୟା, ବନ୍ୟା ଓ ସମୁଦ୍ରକୂଳ କ୍ଷୟ ଜନିତ ବିପଦରୁ ରକ୍ଷା କରିବା ପାଇଁ ଗତ ୩ ବର୍ଷ ଭିତରେ ୧୨୩୪ ହେକ୍ଟର ଲୁଣା ଜଙ୍ଗଲ ଓ ୨୨୬ ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଅଦ୍ୟତନ ହୋଇଛି
Elephants And Tiger

Elephants And Tiger

Advertisment

ରାଜ୍ୟରେ ୨ ହଜାର ୯୮ ହାତୀ ଓ ୨୭ଟି ମହାବଳ ବାଘ ଅଛନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୪ ମସିହାରେ କରାଯାଇଥିବା ପଶୁପକ୍ଷୀ ଓ ବନ୍ୟପ୍ରାଣୀ ଗଣନା ଅନୁଯାୟୀ ଭିତରକନିକାରେ ୧୮୫୦ ବଉଳା କୁମ୍ଭୀର, ସାତକୋଶିଆରେ ୯୭, ଶିମିଳିପାଳରେ ୭୬ ଓ ଘୋଡ଼ାହାଡ଼ ଡ୍ୟାମରେ ୮୪ ଗୋ-ମୁହାଁ କୁମ୍ଭୀର ଅଛନ୍ତି।

Advertisment

ମନ୍ତ୍ରୀ ଆହୁରି କହିଛନ୍ତି, ମହାନଦୀରେ ୧୪ ଘଡ଼ିଆଳ କୁମ୍ଭୀର ଅଛନ୍ତି। ଚିଲିକା ସହ ସମସ୍ତ ସାମୁଦ୍ରିକ ଅଞ୍ଚଳରେ ୭୪୩ ଡଲଫିନ ଅଛନ୍ତି। ଚିଲିକା ହ୍ରଦରେ ୧୦୮ ପ୍ରଜାତିର ୧୦ ଲକ୍ଷ ୯୯ ହଜାର ବିଦେଶାଗତ ପକ୍ଷୀ ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ।

ଏଥିସହ ରାଜ୍ୟକୁ ବାତ୍ୟା, ବନ୍ୟା ଓ ସମୁଦ୍ରକୂଳ କ୍ଷୟ ଜନିତ ବିପଦରୁ ରକ୍ଷା କରିବା ପାଇଁ ଗତ ୩ ବର୍ଷ ଭିତରେ ୧୨୩୪ ହେକ୍ଟର ଲୁଣା ଜଙ୍ଗଲ ଓ ୨୨୬ ହେକ୍ଟର ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଛି । ଚଳିତ 2024-25 ଆର୍ଥିକ ବର୍ଷରେ ୭୨ ହେକ୍ଟର ପରିମିତ ଉପକୂଳ ଅଞ୍ଚଳରେ ଝାଉଁବଣ ସୃଷ୍ଟି କରାଯାଉଛି ବୋଲି ତଥ୍ୟ ରଖିଥିଲେ ମନ୍ତ୍ରୀ।

Advertisment
Tiger Odisha Assembly Odisha Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe