ରାଜ୍ୟରେ ୭ରୁ ୮ ମହାବଳ ଶାବକ ଅଛନ୍ତି, ଆଗକୁ ସଂଖ୍ୟା ବଢ଼ିବ : ପିସିସିଏଫ୍‌

୨୦୨୧-୨୨ ମସିହାରେ ବୟସ ବର୍ଷକରୁ କମ୍ ଥିବା ଯୋଗୁଁ ବାଘ ଗଣାରେ ଏମାନଙ୍କୁ ସାମିଲ କରାଯାଇପାରି ନ ଥିଲା। 

Tiger cubs PhotoOR

ବାଘ

Niranjan Mishra
  • Published: Tuesday, 01 August 2023
  • Updated: 01 August 2023, 05:23 PM IST

ରାଜ୍ୟରେ ୭ରୁ ୮ ମହାବଳ ଶାବକ ଅଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ବନ୍ୟ.ପ୍ରାଣୀ ପିସିସିଏଫ୍ ସୁଶୀଲ କୁମାର ପୋପଲି। ୨୦୨୧-୨୨ ମସିହାରେ ବୟସ ବର୍ଷକରୁ କମ୍ ଥିବା ଯୋଗୁଁ ବାଘ ଗଣାରେ ଏମାନଙ୍କୁ ସାମିଲ କରାଯାଇପାରି ନ ଥିଲା। ଏବେ ରାଜ୍ୟ ସରକାରଙ୍କ ଗଣନାରେ ବାଘ ଶାବକ ସାମିଲ ହେବେ। ଏଣୁ ରାଜ୍ୟରେ ବାଘ ସଂଖ୍ୟା ନିଶ୍ଚୟ ବଢ଼ିଥିବା ଜଣାପଡ଼ିବ।

ଆସନ୍ତା ଅକ୍ଟୋବର ମାସରେ ଗଣନା କରି ୨୦୨୪ ଜାନୁଆରୀରେ ତଥ୍ୟ ପ୍ରକାଶ କରାଯିବ। ବାଘ ସଂଖ୍ୟା ବୃଦ୍ଧି ବା ହ୍ରାସ ନେଇ ପ୍ରକାଶିତ ତଥ୍ୟ କେବଳ ଆକଳନ ଭିତ୍ତିକ ବୋଲି କହିଛନ୍ତି ପିସିସିଏଫ୍।

Also Read

ଅନ୍ୟପଟେ ସାତକୋଶିଆରେ କୌଣସି ବାଘ ନାହିଁ, ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବଢ଼ିଥିବା ବନ୍ୟପ୍ରାଣୀ ପିସିସିଏଫ୍ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଓଡ଼ିଶାରେ କମିଛି ବାଘ ସଂଖ୍ୟା। ଗତ ୨୯ ତାରିଖ ବାଘ୍ର ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଥିଲା। ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଛି। ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଛି। ଏହି ବାଘ ଗଣନା ୨୦୨୧-୨୨ରେ କରାଯାଇଥିଲା। ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(NTCA) ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା।

ସେହିପରି ରାଜ୍ୟ ସରକାରଙ୍କ ନିଜସ୍ଵ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଅସିଥିଲା।

୨୦୧୮ରେ ଏନଟିସିଏ ରିପୋର୍ଟ ଅନୁସାରେ, ପୂର୍ବରୁ ଦେଶରେ ମୋଟ ୧୨ ହଜାର ୮୫୨ଟି କଲରାପତରିଆ ଥିଲା ବେଳେ କେବଳ ଓଡ଼ିଶାରେ ଥିଲେ ୭୬୦ । ହେଲେ ଶିକାରୀଙ୍କ ପ୍ରାଦୁର୍ଭାବ ଯୋଗୁ ଦୃତ ଗତିରେ କମୁଛି ଏମାନଙ୍କ ବଂଶ। 

ଗତ ୩ ବର୍ଷରେ ରାଜ୍ୟରେ ବନ ବିଭାଗ ଓ ଏସଟିଏଫ୍ ଜବତ କଲାଣି ୬୮ଟି କଲରାପତରିଆ ବାଘ ଛାଲ। ଯେଉଁଥିରୁ କେବଳ ୨୦୨୩ର ପ୍ରଥମ ୭ ମାସ ଭିତରେ ୧୯ଟି କଲରାପତରିଆ ବାଘ ଚମଡ଼ା ଧରା ପଡ଼ିଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ କଲରାପତରିଆ ବାଘ ଶିକାର ପଛରେ କାମ କରୁଛି ଆନ୍ତର୍ଜାତିକ ପେସାଦାର ରାକେଟ୍ । ଯେତିକି କଲରାପତରିଆ ବାଘ ଛାଲ ଜବତ ହେଉଛି, ତାହା ତୁଳନାରେ ଶିକାର ହେଉଥିବା କଲରାପତରିଆଙ୍କ ସଂଖ୍ୟା ଢେର୍ ଅଧିକ । ସରକାର ଏବେଠୁ ଏହା ଉପରେ ନଜର ନ ରଖିଲେ, ଆଗକୁ ଏ ବାଘଙ୍କ ସଂଖ୍ୟା ବି ଲୋପ ପାଇଯିବ।

ପ୍ରତି ୪ ବର୍ଷରେ ଥରେ ଦେଶରେ ବାଘ ଗଣନା କରାଯାଇଥାଏ। ଏଥିରୁ ଏହା ଜଣାପଡ଼ିଛି। ଅନ୍ୟପଟେ ଏବେ ନନ୍ଦନ କାନନରେ ବିଭିନ୍ନ ପ୍ରଜାତିର ୨୭ଟି ବାଘ ଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story