Advertisment

ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ, ଦିନକୁ ୬୦ ଯାଉଛନ୍ତି କ୍ୟାପିଟାଲ ହସ୍‌ପିଟାଲ

ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ଵରଠୁ ନେଇ ପଟିଆ ଆଦି ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରଙ୍କୁ ନେଇ ଅତିଷ୍ଠ। ରାତି କଥା ତ ଛାଡ଼, ଦିନରେ ବି କୁକୁର କାମୁଡୁଥିବା ଅଭିଯୋଗ ହେଉଛି।

author-image
Biswajit Samal
ଅଦ୍ୟତନ ହୋଇଛି
Dog Attack

Dog Attack

ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ। ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି। ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ଵରଠୁ ନେଇ ପଟିଆ ଆଦି ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରଙ୍କୁ ନେଇ ଅତିଷ୍ଠ। ରାତି କଥା ତ ଛାଡ଼ନ୍ତୁ, ଦିନରେ ବି କୁକୁର କାମୁଡୁଥିବା ଅଭିଯୋଗ ହେଉଛି। ବିଶେଷ ଭାବେ ଗାଡ଼ିରେ ଯିବା ଆସିବା କଲା ବେଳେ କୁକୁର ଆକ୍ରମଣର ଶିକାର ହୋଇ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି। ଯାହାକୁ ନେଇ ବିଏମସି କୁ ପ୍ରଶ୍ନ କରିଛନ୍ତି ଲୋକେ।

Advertisment

ଗତ ଦୁଇ ମାସ ଭିତରେ କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦିନକୁ ୬୦ରୁ ଅଧିକ ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ସେପଟେ ବିଏମସିର କହିବା କଥା, ଗତ ଜୁଲାଇ ମାସରୁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ କୁକୁର ବନ୍ଧ୍ୟାକରଣ ଉପରେ ରହିତାଦେଶ ଲଗାଇବା ପରେ ବନ୍ଧ୍ୟାକରଣ ବନ୍ଦ ରହିଛି।

ବିଶେଷଜ୍ଞଙ୍କ ମତରେ ବର୍ଷା ଋତୁରେ କୁକୁର ପ୍ରଜନନ ପରେ ଏବେ କୁକୁର ଛୁଆ ଜନ୍ମ ହୋଇ ବଡ଼ ହୋଇଛନ୍ତି। ଛୁଆ ଉପରେ କୌଣସି ଆଘାତ ସୂଚନା ପାଇ ମାଈ କୁକୁର ମାନେ ଆକ୍ରମଣ କରିଥାନ୍ତି। ସେହିପରି କିଛି ଅଣ୍ଡିରା କୁକୁର ପ୍ରତିକ୍ରିୟାଶୀଳ ହୋଇ ମଧ୍ୟ ଆକ୍ରମଣ କରିଥାନ୍ତି। ଏଣୁ ରାସ୍ତାରେ ଯିବା ଆସିବା ବେଳେ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରାଣୀ ବିଶେଷଜ୍ଞ।

Advertisment
Bhubaneswar Dog Attack