Advertisment

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ; ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ

୧୦୦ ନଦୀ ଘାଟ ଫେନସିଂ କରିବାକୁ OSDMA ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ଦିଗରେ ଖୁବଶୀଘ୍ର ଜଳ ସମ୍ପଦ ତରଫରୁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

ଅଦ୍ୟତନ ହୋଇଛି
Flood Water

Flood Water

Advertisment

କମୁଛି ହୀରାକୁଦ ଜଳସ୍ତର। ଏବେ ୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ହୀରାକୁଦକୁ ୧ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୭୦ରୁ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦ ସ୍ଥିତି ସ୍ୱାଭାବିକ ଅଛି। ଆଉ ଗେଟ୍ ବନ୍ଦ ନେଇ ନିଷ୍ପତ୍ତି ହୋଇନି। ହୀରାକୁଦର ଏବେ ଦୁଇଟି ଗେଟ ଖୋଲା ଅଛି। ଆସନ୍ତାକାଲି ଉପର ଓ ତଳମୁଣ୍ଡରେ ବର୍ଷା ହେବାର ଅଛି। ତାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲତ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Advertisment

ସେପଟେ ୧୦୦ ନଦୀ ଘାଟ ଫେନସିଂ କରିବାକୁ OSDMA ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ଦିଗରେ ଖୁବଶୀଘ୍ର ଜଳ ସମ୍ପଦ ତରଫରୁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ନଦୀବୁଡି ଜନିତ ମୃତ୍ୟୁ ରୋକିବାକୁ ଏପରି ପଦକ୍ଷେପ ନିଆଯାଉଛି। ହୀରାକୁଦ ଜଳଭଣ୍ଡାରରେ ଏବେ ୬୨୮ ଫୁଟ ପାଣି ଅଛି। ଜଳଭଣ୍ଡାରରେ ଆହୁରି ପାଣି ରହିବାର କ୍ଷମତା ଅଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
ଭକ୍ତ ରଞ୍ଜନ ମହାନ୍ତି।

ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ହୀରାକୁଦ ଡ୍ୟାମ୍‌କୁ ପ୍ରବଳ ପାଣି ଆସିଥିଲା। ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ିଥିବାରୁ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହାଫଳରେ ତଳ ମୁଣ୍ଡରେ ବନ୍ୟା ସ୍ଥିତି ଉପୁଜିଥିଲା।

Advertisment
Hirakud Dam Odisha Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe