Advertisment

ଆଲୋଚନା ହେଲା, କୌଣସି ନିଷ୍କର୍ଷ ବାହାରିଲାନି

ସମାଧାନର ରାସ୍ତା ବାହାରିନଥିଲା। ଆସନ୍ତା ୪ ତାରିଖରେ ପୁନର୍ବାର ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସେହି ବିବାଦର ସମାଧାନ ହେବ ବୋଲି ଜଣାପଡ଼ିଛି।

author-image
Manoranjan Sial
Jajpur

Jajpur

ବିବାଦର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଳା। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ। ବୈଠକରେ ଜମିହରା, OPTCL କର୍ମକର୍ତ୍ତା ଓ ଅନ୍ୟାନ୍ୟ ଅଧିକାରୀ ଯୋଗଦେଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ।

Advertisment

ଯାଜପୁର ଜିଲ୍ଲା କଳିଙ୍ଗନଗର ଆମ୍ବଗାଡ଼ିଆ ସ୍ଥିତ ବିରଭୂମି ନିକଟରେ OPTCL କମ୍ପାନୀ ପ୍ରକଳ୍ପ କରିଛି। ହେଲେ ଆଜି ପର୍ଯ୍ୟନ୍ତ ଜମିହରାଙ୍କୁ କୌଣସି କ୍ଷତିପୂରଣ ଦେଇନି। କମ୍ପାନୀର ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏହି ମାମଲାର ସମାଧାନ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଜମିହରା, କମ୍ପାନୀ କର୍ତ୍ତୃପକ୍ଷ ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ପ୍ରମୁଖ ଯୋଗଦେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମାତ୍ର କୌଣସି ନିଷ୍କର୍ଷ ବାହାରି ପାରିଲାନି।

ସମାଧାନର ରାସ୍ତା ବାହାରିନଥିଲା। ଆସନ୍ତା ୪ ତାରିଖରେ ପୁନର୍ବାର ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ସେହି ବିବାଦର ସମାଧାନ ହେବ ବୋଲି ଜଣାପଡ଼ିଛି।

Advertisment

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur