ଗୁପ୍ତ ରତ୍ନଭଣ୍ଡାର ଥାଇପାରେ। ସେଥିପାଇଁ ଜିପିଆର ସର୍ଭେ କରାଯିବ। ଓଡ଼ିଶା ରିପୋର୍ଟରକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହି କଥା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ ସାରିଦେଲାଣି। ବର୍ତ୍ତମାନ ଯୋଡ଼ିଏ କାମ। ନନପେନିଟ୍ରେଟିଙ୍ଗ ସର୍ଭେ ଗୋଟେ କରିବା ପାଇଁ ଯୋଜନା ଅଛି। ସମସ୍ତଙ୍କ ମନରେ ଗୋଟେ ଶଙ୍କା ଅଛି, ସମ୍ମାନୀୟ ଗଜପତି ମହରାଜ ବି କହିଛନ୍ତି ଆମେ ଟିକେ ଦେଖିବା କାଳେ ବିଭିନ୍ନ ସମୟରେ ଯେଉଁ ବର୍ଗିୟ ମୋଗଲ ଆକ୍ରମଣ ହେଉଥିଲା ସେ ସମୟର କିଛି ଜନିଷ କିଛି ଅଳଙ୍କାର ଚଟାଣ ତଳେ ଥାଇପାରେ। ଆମେ ଟିକେ ଷ୍ଟଡି କରିବା ଆବଶ୍ୟକତା ରହିଛି । କିଛି ପରକଳ୍ପନା ଆସୁଛି ସେଠାରେ ଷୁଡଙ୍ଗ ଥାଇପାରେ। ଏ ସବୁ ଥାଇପାରେ, ନଥାଇପାରେ- ସେ ଦୃଷ୍ଟିରୁ ଜିପିଆର ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଏସଆଇ ତାର ଦାୟିତ୍ୱ ନେଇଛି। ଗୁପ୍ତ ରତ୍ନଭଣ୍ଡାର ଥାଇପାରେ- ଏ ଯାଏଁ ତାର ସ୍ପଷ୍ଟତା ଆସିନି। ସେ ଦୃଷ୍ଟିକୋଣରୁ ଜିପିଆର ସର୍ଭେ ଓ ଟେକ୍ନିକାଲି କାମ ହେବ। କୌଣସି ଇନଷ୍ଟ୍ରୁମେଣ୍ଟ ମାଟି ଭତିରକୁ ଭର୍ତ୍ତି ନକରି ସରଫେସ ସର୍ଭେ ଯେମିତି ଅୟଲ ମାଇନ ସର୍ଭେ ହୁଏ, ସେମିତି ସର୍ଭେ ହେବ। ଏଏସଆଇ ଆଇଆଇଟି ସହ ସହବନ୍ଧିତ ହୋଇ ଏଭଳି ସର୍ଭେ କରିବାର ଯୋଜନା ଚାଲିଛି। ରତ୍ନଭଣ୍ଡାର ମରାମତି ଆରମ୍ଭ ପୂର୍ବରୁ ଏ କାମ କରିବା ପାଇଁ ଡିଜି ASIକୁ ଯୋଗାଯୋଗ କରାଯାଇଛି।
ସେହିପରି ଭିତର ରତ୍ନଭଣ୍ଡାରରୁ ମିଳିଥିବା ଅଳଙ୍କାର ସଂପର୍କରେ ସୂଚନା ଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ୧୯୭୮ ମସିହାରେ ଅଳଙ୍କାର ସହ ବର୍ତ୍ତମାନର ଅଳଙ୍କାରର ମେଳ କରାଯିବ। ମଝିରେ ୧୯୮୨ ଏବଂ ୧୯୮୫ ମସିହାରେ କିଛି ରୁପା ଏବଂ ସୁନା କଢ଼ାଯାଇଥିଲା। ସେଥିରୁ ମାଇନସ୍ କଲାପରେ ଯେଉଁ ଅଳଙ୍କାର ରହିଛି ତାର ଡିଜିଟାଲ କ୍ୟାଟଲଗ କରିବୁ। ଡିଜିଟାଲ ଲାଇବ୍ରେରୀ ଭଳି ସେହି ଅଳଙ୍କାରର ଫଟୋ, ତାର ନାମକରଣ, ଅତୀତରେ ତା’ ନାଁ କଣ ଥିଲା, ତାର ଓଜନ କଣ, ତାର କ୍ୱାଲିଟି କଣ ଓ ମେଟାଲର କ୍ୱାଲିଟି କ’ଣ- ଏ ସବୁକୁ ନେଇ ଆମେ ଡିଜିଟାଲ କ୍ୟାଟଲଗ କରିବୁ। ଏ ରିପୋର୍ଟକୁ ସାର୍ବଜନୀନ କରିବାରେ କିଛି ଅସୁବିଧା ନାହିଁ ବୋଲି ମୁଁ ଭାବୁଛି। ସରକାର ନିଷ୍ପତ୍ତି ନେବେ, ତାହା ସାର୍ବଜନୀନ ହେବ ନା ନାହିଁ। ଡିଜିଟାଲ ଲାଇବ୍ରେରୀରେ ଯାହା ତିଆରି ହେବ ତାହା ପବ୍ଲିକ ଡକ୍ୟୁମେଣ୍ଟ ହେବାର ଆବଶ୍ୟକତା ଅଛି। ଭିତର ରତ୍ନଭଣ୍ଡାର ଚାବି ହଜିବା ବାବଦ ରିପୋର୍ଟ ଆମେ ସାମନାକୁ ଆଣିପାରୁ। ନ ହେଲେ ଆଉ ଗୋଟିଏ କମିଶନ କରିପାରୁ। କିନ୍ତୁ ଚାବି କିଏ ହଜାଇଲା, କାହିଁକି ହଜିଲା ତାର ରେସପନ୍ସବିଲିଟି ଫିକ୍ସ ହେବ। ସମସ୍ତଙ୍କ ମନରେ ସନ୍ଦେହ ଅଛି ଯେ ଗତ ସରକାର ସମୟରେ ରତ୍ନଭଣ୍ଡାରରେ କିଛି ଏପେଟ ସେପଟ ହୋଇଥିଲା।