Advertisment

ଶ୍ରୀମନ୍ଦିର ସମ୍ମୁଖରେ ହେବ ଶୀତତାପ ନିୟନ୍ତ୍ରିତ କରିଡ଼ର

ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନିର୍ମାଣ ହେବ ଶୀତତାପ ନିୟନ୍ତ୍ରିତ କରିଡ଼ର। ଯାହା ଭିତରେ ରହିବ ସବୁ ପ୍ରକାର ସୁବିଧା।

ଅଦ୍ୟତନ ହୋଇଛି
undefined

Puri

Advertisment

ଶ୍ରୀମନ୍ଦିର ସମ୍ମୁଖରେ ହେବ ଶୀତତାପ ନିୟନ୍ତ୍ରିତ କରିଡ଼ର। ଟନେଲ ସଦୃଶ କରିଡ଼ର ଦେଇ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯିବେ ଭକ୍ତ। ବର୍ଷ ତମାମ କରିଡ଼ର ରହିବ। ରଥଯାତ୍ରା ବେଳେ ଉଠିଯିବ।

Advertisment

ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନିର୍ମାଣ ହେବ ଶୀତତାପ ନିୟନ୍ତ୍ରିତ କରିଡ଼ର। ଯାହା ଭିତରେ ରହିବ ସବୁ ପ୍ରକାର ସୁବିଧା। ମରିଚିକୋଟ୍ ଛକରୁ ଟନେଲ ସଦୃଶ ଏହି କରିଡ଼ର ବର୍ଷ ସାରା ରହିବ। କେବଳ ରଥଯାତ୍ରା ସମୟରେ ଉଠିଯିବ। ଏଥିପାଇଁ ଶ୍ରୀମନ୍ଦିରଠୁ ମରିଚିକୋଟ୍ ଯାଏଁ ସବୁ ଦୋକାନ ଉଠାଇବାକୁ ପୁରୀ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଛନ୍ତି।

ବିଭିନ୍ନ ମହଲରୁ ମିଳିଥିବା ଫିଡ୍ ବ୍ୟାକ ଆଧାରରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ। ସେପଟେ ଜେଲରୋଡ଼ ସ୍ଥିତ ନବନିର୍ମିତ ବହୁତଳ ପାର୍କିଂର ଆଜି ଉଦଘାଟନ ହୋଇଛି। ଯେଉଁଥିରେ ୫୦୦ କାର ଏବଂ ୫୦୦ ବାଇକ୍ ଏକକାଳୀନ ପାର୍କିଂ ହୋଇ ପାରିବ। ପ୍ରତି ଚାରିଚକିଆ ଯାନକୁ ୪ଘଣ୍ଟା ପିଛା ୫୦ ଟଙ୍କା ପାର୍କିଂ ଫି ଦେବାକୁ ହେବ। ୪ଘଣ୍ଟାରୁ ଅଧିକ ହେଲେ ପ୍ରତି ଘଣ୍ଟା ପିଛା ୧୦ ଟଙ୍କା ଅଧିକ ଦେୟ ଦେବାକୁ ପଡ଼ିବ। ଆଗକୁ ପୁରୀରେ ଏଭଳି ଆଉ ଦୁଇଟି ମଲ୍ଟି ଲେବଲ୍ ପାର୍କିଂ ମଧ୍ୟ ଉଦଘାଟନ ଅପେକ୍ଷାରେ ରହିଥିବା ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ। 

Advertisment
Sri Jagannath Lord Jagannath Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe