Advertisment

ଧର୍ମଶାଳାରେ କଳାପଥର ଲୁଟ୍ ର ହେବ ତଦନ୍ତ

ନିୟମ ଅନୁସାରେ କଳାପଥର ଉତ୍ତୋଳନ ହୋଇଛିକି ନାହିଁ। ଚିହ୍ନିତ ଅଞ୍ଚଳ ଭିତରୁ କିମ୍ବା ବାହାରୁ କିପରି ଓ କେତେ ଖନନ ହୋଇଛି। ତାହା ଷ୍ପଷ୍ଟ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ଯୁଗ୍ମ ନିର୍ଦ୍ଦେଶକ।

Deputy Director of Mines

Deputy Director of Mines

Advertisment

କଳାପଥର ଲୁଟ୍ ର ହେବ ତଦନ୍ତ। କ୍ୱାରି-ଟୁ-କ୍ୱାରି ତଦନ୍ତ କରିବ ଏକ ସଂସ୍ଥା। ଏହା କହିଛନ୍ତି ମାଇନର୍ ମିନେରାଲ୍ ଯୁଗ୍ମ ନିର୍ଦ୍ଦେଶକ ଏସ୍.ଏନ୍. ସିଂହଦେଓ।

Advertisment

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ କଳାପଥର ଖାଦାନ ଉପରେ ଚଢ଼ାଉ କରି ଗୋଟାଏ କ୍ରସର୍ ସହ ପ୍ରୋକ୍ଲିନ ମେସିନ ଜବତ କରିଛି ଖଣି ବିଭାଗ। ନିୟମ ଅନୁସାରେ କଳାପଥର ଉତ୍ତୋଳନ ହୋଇଛିକି ନାହିଁ। ଚିହ୍ନିତ ଅଞ୍ଚଳ ଭିତରୁ କିମ୍ବା ବାହାରୁ କିପରି ଓ କେତେ ଖନନ ହୋଇଛି। ତାହା ଷ୍ପଷ୍ଟ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି ଯୁଗ୍ମ ନିର୍ଦ୍ଦେଶକ। ତେବେ ପ୍ରାଥମିକ ତଦନ୍ତରୁ ଅନେକ ଜାଗାରେ ମାଇନିଂ ପ୍ଲାନ୍ ଅନୁସାରେ କାମ ହୋଇନଥିବା ଜଣାପଡ଼ିଛି ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସର୍ଭେ ହେବ ବୋଲି ସେ ସୂଚନା ଦେଇଛନ୍ତି।

କଳାପଥର ଲୁଟ ନେଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଦାବି ପରେ ଧର୍ମଶାଳା ତହସିଲ ଅନ୍ତର୍ଗତ ରାଜସ୍ୱ ସର୍କଲ ବଳରାମପୁର ୧ ଓ ଡଙ୍କାରି ରାଜସ୍ୱ ସର୍କଲରେ ଥିବା ଲୁଣିବର ପାହାଡ଼, ବାରମାନ ପାହାଡ଼, ବରଡ଼ା ପାହାଡ଼ ଓ ରାହାଡ଼ପୁର ପାହାଡ଼ କଳାପଥର ଖାଦାନ ଗୁଡ଼ିକ ଉପରେ ଖଣି ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe