Advertisment

ହନୁମାନ ଜୟନ୍ତୀରେ ହେବନି ଶୋଭାଯାତ୍ରା

ହନୁମାନ ଜୟନ୍ତୀରେ ଏଥର ବାହାରିବନି ଆଖଡ଼ା ଶୋଭାଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏ ନିଷ୍ପତ୍ତି ହୋଇଥିଲା।

ଅଦ୍ୟତନ ହୋଇଛି
Hanuman Jayanthi

Hanuman Jayanthi

Advertisment

ପବିତ୍ର ହନୁମାନ ଜୟନ୍ତୀ ଅବସରରେ ଆଜି ସମ୍ବଲପୁର ସହରର ବୃକ୍ସହିଲ୍ ସ୍ଥିତ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ହନୁମାନ ଜୟନ୍ତୀରେ ଏଥର ବାହାରିବନି ଆଖଡ଼ା ଶୋଭାଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏ ନିଷ୍ପତ୍ତି ହୋଇଥିଲା।

Advertisment

ହନୁମାନ ଜୟନ୍ତୀରେ ସମସ୍ତେ ନିଜ ନିଜ ଘରେ ରହି ସେଲିବ୍ରେସନ କରିବେ। ମନ୍ଦିର ଏବଂ ପଡ଼ାରେ ମଧ୍ୟ ସେଲିବ୍ରେସନ ହୋଇପାରିବ। ଭଜନ କୀର୍ତ୍ତନ ସହ ସମସ୍ତ ରୀତିନୀତି ହେବ। ତେବେ ମୁଖ୍ୟ ରାସ୍ତାରେ ବାଇକ ରାଲିକି କୌଣସି ପ୍ରୋସେସନ୍ ହେବ ନାହିଁ। ବହୁ ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି।

ହନୁମାନ ଜୟନ୍ତୀକୁ ଦୃଷ୍ଟିରେ ରଖି ମନ୍ଦିର ସମେତ ସହର ସାରା ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହା ସହିତ ସ୍ୱତନ୍ତ୍ର ଦଙ୍ଗା ନିୟନ୍ତ୍ରଣ ଗାଡ଼ି ମଧ୍ୟ ଜିଲ୍ଲା ସ୍କୁଲ ଛକରେ ରଖା ଯାଇଛି। ଗତ ବର୍ଷ ହନୁମାନ ଜୟନ୍ତୀ ପାଳନକୁ କେନ୍ଦ୍ର କରି ବ୍ୟାପକ ହିଂସାକାଣ୍ଡ, ପୋଡ଼ା ଜଳା ହୋଇଥିଲା ଓ ଏଥିରେ ଜଣଙ୍କର ଜୀବନ ମଧ୍ୟ ଯାଇଥିଲା। ସହର ରେ ୧୪୪ ଧାରା ଲାଗୁ କରାଯାଇଥିଲା।

Advertisment
Hanuman Jayanti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe