Advertisment

ପୈତୃକ ଗାଁରେ ଅରିନ୍ଦମଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଅରିନ୍ଦମଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତେ । ଅରିନ୍ଦମ ଚାଲିଯିବାର ୩ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ।

Arindam's Statue

Arindam's Statue

Advertisment

ସାହସୀ ଓ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କର ଆଜି ତୃତୀୟ ଶ୍ରାଦ୍ଧବାର୍ଷିକୀ । ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ଲାଇଭ୍ ରିପୋର୍ଟିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଅରିନ୍ଦମ ପ୍ରାଣ ହରାଇଥିଲେ।

Advertisment

ଆଜି ପୈତୃକ ଗାଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଇକଳାରେ ତାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି । ଏହି ଅବସରରେ ଗାଁରେ ଥିବା ଅରିନ୍ଦମଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପୂଜାପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ତାଙ୍କ ମା, ବଡ଼ଭଉଣୀ, ଗ୍ରାମବାସୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

ଅରିନ୍ଦମଙ୍କ ଅବର୍ତ୍ତମାନରେ ତାଙ୍କୁ ଝୁରୁଛନ୍ତି ସମସ୍ତେ । ଅରିନ୍ଦମ ଚାଲିଯିବାର ୩ ବର୍ଷ ବିତିଛି ସତ, ହେଲେ ଏବେ ବି ତାଙ୍କ ସ୍ମୃତି ସମସ୍ତଙ୍କ ମନରେ। ଅରିନ୍ଦମଙ୍କ ନିର୍ଭିକତା ସବୁବେଳେ, ସବୁ ପରିସ୍ଥିତିରେ ମନରେ ଉଙ୍କିମାରେ । ତାଙ୍କ କର୍ତ୍ତବ୍ୟନିଷ୍ଠା, ସାହସିକତା ଓ ନିର୍ଭିକ ରିପୋର୍ଟିଂ କଥା ଆଜି ବି ମନେ ପଡ଼େ । ବାତ୍ୟା ହେଉ ଅବା ବନ୍ୟା, ରାଜନୀତି ହେଉ ଅବା ଅପରାଧ, ସବୁ ବିଟ୍ ରେ ଖବର ସଂଗ୍ରହ କରିବାରେ ଅରିନ୍ଦମ ସିଦ୍ଧହସ୍ତ ଥିଲେ। ତାଙ୍କ ନିଆରା ଶୈଳୀ ଅନେକ ଯୁବପିଢ଼ିଙ୍କ ମଧ୍ୟରେ ଏବେ ବି ଉତ୍ସାହ ସଞ୍ଚାର କରୁଛି ।

Advertisment

ଗତ ଶନିବାର ଅରିନ୍ଦମଙ୍କ ସ୍ମୃତିରେ ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍ ପ୍ରଦାନ କରାଯାଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୩ ଜଣ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କୁ ମିଳିଥିଲା ଏହି ସ୍କଲାରସିପ୍ । ଏହି ଅବସରରେ ଓଟିଭି
କର୍ମଚାରୀମାନେ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe