Advertisment

ଗଠନ ହେବ ୩୪ଟି ନୂଆ ଏନ୍‌ଏସି, ୫ ଏନ୍‌ଏସି ମ୍ୟୁନିସିପାଲିଟିକୁ ଉନ୍ନୀତ

୨୦ଟି ଜିଲ୍ଲାରେ ୩୪ଟି ନୂତନ ଏନ୍‌ଏସି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି।

Loka Seva Bhavan

Loka Seva Bhavan

Advertisment

ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି। ସେହିପରି ୫ଟି ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଘୋଷଣା କରିଛନ୍ତି।

Advertisment

୨୦ଟି ଜିଲ୍ଲାରେ ୩୪ଟି ନୂତନ ଏନ୍‌ଏସି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା- ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱରର ବସ୍ତା ଓ ସିମୁଳିଆ, ବରଗଡ଼ର ପାଇକମାଳ ଓ ଭେଡେନ, ଭଦ୍ରକର ଅଗରପଡ଼ା, ବଲାଙ୍ଗିରର ବେଲପଡ଼ା ଓ ସଂଇତଳା, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡିର ଜୟପାଟଣା, କନ୍ଧମାଳର ରାଇକିଆ, କୋରାପୁଟର ବୋରିଗୁମା, ନୂଆପଡ଼ାର ସିନାପାଲି, ରାୟଗଡ଼ାର ଚାନ୍ଦିଲି, ମୁନିଗୁଡ଼ା ଓ ବିଷମକଟକ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ର ବଣେଇ, ଗଞ୍ଜାମର ଶେରଗଡ଼ ଓ କୁକୁଡ଼ାଖଣ୍ଡି, ନୟାଗଡ଼ର କଣ୍ଟିଲୋ, ଖୋର୍ଦ୍ଧାର ଟାଙ୍ଗୀ ଓ ବେଗୁନିଆ, କଟକର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜର ବେତନଟି, ଢେଙ୍କାନାଳର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୁରଭଞ୍ଜର କରଞ୍ଜିଆ, ବଲାଙ୍ଗିରର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏବଂ ଆସ୍କା ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି।

Advertisment

ସୂଚନାଯୋଗ୍ୟ, ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe