୧୫ରୁ ଓଡ଼ିଶାରେ ଚାଲିବ ଆଉ ୩ ନୂଆ ବନ୍ଦେ ଭାରତ ଟ୍ରେନ୍ , ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୧୫ତାରିଖରେ ସମଗ୍ର ଦେଶରେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏଥିରୁ ଓଡ଼ିଶାରେ ୩ଟି ନୂଆ ଟ୍ରେନ ଚଳାଚଳ କରିବ ।

‍ବନ୍ଦେ ଭାରତ

  • Published: Tuesday, 10 September 2024
  • , Updated: 10 September 2024, 08:05 PM IST

ଓଡ଼ିଶାରେ ଆଉ ୩ଟି ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ । ଆସନ୍ତା ୧୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିମନ୍ତ୍ରଣ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବ୍ରହ୍ମପୁର ଷ୍ଟେସନଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ବିଧାନସଭା କାର୍ଯ୍ୟାଳୟ ପରିସରରେ ଭେଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ହେବାକୁ ଥିବା ବନ୍ଦେ ଭାରତ ଟ୍ରେନ ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ଏହି ଉତ୍ସବରେ ସାମିଲ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୧୫ତାରିଖରେ ସମଗ୍ର ଦେଶରେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏଥିରୁ ଓଡ଼ିଶାରେ ୩ଟି ନୂଆ ଟ୍ରେନ ଚଳାଚଳ କରିବ । ଟାଟା-ବ୍ରହ୍ମପୁର, ରାଉରକେଲା-ହାୱାଡା ଓ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ ଟ୍ରେନ ଓଡ଼ିଶା ମଧ୍ୟ ଦେଇ ଚଳାଚଳ କରିବ ।

ସୂଚନାଯୋଗ୍ୟ ଏବେ ଓଡ଼ିଶାରେ ୩ଟି ବନ୍ଦେ ଭାରତ ଟ୍ରେନ ଚଳାଚଳ କରୁଛି । ନୂଆ ୩ଟି ଟ୍ରେନ ମିଶିଲେ ମୋଟ ୬ଟି ବନ୍ଦେ ଭାରତ ଟ୍ରେନର ସୁବିଧା ରାଜ୍ୟବାସୀ ନେଇପାରିବେ ।

Related story