Advertisment

୩ ଛାତ୍ରଛାତ୍ରୀଙ୍କୁ ତୃତୀୟ ଅରିନ୍ଦମ ଦାସ ସ୍କଲାରଶିପ୍ ପ୍ରଦାନ

ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ୩ ବର୍ଷ ହେଲା ଏହି ସ୍କଲାରଶିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି।

ଅଦ୍ୟତନ ହୋଇଛି
Arindam Scolarship

Arindam Scolarship

Advertisment

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିଲା ତୃତୀୟ ଅରିନ୍ଦମ ଦାସ ସ୍କଲାରଶିପ୍। ଭୁବନେଶ୍ୱରର ପଟିଆସ୍ଥିତ ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୩ ଛାତ୍ରଛାତ୍ରୀ- ଲାଡଲି ଦାଶ, ସାଇନି କର୍ମକାର ଏବଂ ବିଶ୍ୱଜିତ ନାହକଙ୍କୁ ସ୍କଲାରସିପ୍ ବାବଦକୁ ଚେକ୍ ପ୍ରଦାନ କରାଯାଇଛି।

Advertisment

ଏହି ଅବସରରେ ଓଡ଼ିଶା ଟେଲିଭିଜନ ନେଟୱର୍କର ବିଜନେସ୍ ହେଡ୍‌ ଲିତିଶା ମଙ୍ଗତ ପଣ୍ଡା, ଓଟିଭି ଏକଜିକ୍ୟୁଟିଭ୍ ଏଡିଟର ରାଧାମାଧବ ମିଶ୍ର, ଓଟିଭି ନେଟୱର୍କ ଗ୍ରୁପ୍ ଏଚଆର ଓ ଅପରେସନ୍ ମୁଖ୍ୟ ଲେଫଟନାଣ୍ଟ କର୍ଣ୍ଣେଲ ସି.କେ. ଜେନାଙ୍କ ସମେତ ଓଟିଭିର କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ କର୍ମଚାରୀ।

ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ୩ ବର୍ଷ ହେଲା ଏହି ସ୍କଲାରଶିପ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଆସନ୍ତା ୨୪ ତାରିଖରେ ଅରିନ୍ଦମଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ। ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖରେ ମୁଣ୍ଡଳୀ ସ୍ଥିତ ମହାନଦୀକୁ ଏକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe