Advertisment

ବୁଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ, ଲୋକେ ଆତଙ୍କିତ

ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି।

author-image
Niharika Rout
fear in villagers

fear in villagers

ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳ ହୀରାପଲ୍ଲୀ ଜଙ୍ଗଲରେ ଦେଖାଦେଇଛି ବାଘ ଆତଙ୍କ। ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି।

Advertisment

ହୀରାପଲ୍ଲୀ ଗାଁରେ ଗୋଟିଏ ଗାଈକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି। ଗାଁର ଗାଈ ଚରାଳିମାନେ ଜଙ୍ଗଲକୁ ଯାଇଥିବା ବେଳେ, ଗାଈଟିକୁ ବାଘ ଆକ୍ରମଣ କରିଥିଲା । ଫଳରେ ସେଠାରେ ତା’ର ମୃତ୍ୟୁ ହୋଇଥିଲା।

ଏନେଇ ଗାଈ ଚରାଳିମାନେ ଗାଁ ଲୋକଙ୍କୁ କହିବା ପରେ ଗାଁ ଲୋକ ଜଙ୍ଗଲ ଯାଇ ବାଘ ପାଦଚିହ୍ନ ଓ ମୃତ ଗାଇକୁ ଠାବ କରିଥିଲେ । ବାଘ ଆତଙ୍କ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment

ଖବର ପାଇ ବୁଗୁଡା ଓ ଓଡଗାଁ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବୁଗୁଡା ପ୍ରାଣୀଧନ ଚିକିତ୍ସକ ମୃତ ଗାଇର ଶବ ବ୍ୟବଛେଦ ଲାଗି ପଠାଇଛନ୍ତି। ତେବେ ଏହା ବାଘ ନା ଅନ୍ୟ କେଉଁ ଜନ୍ତୁ ସ୍ପଷ୍ଟ କରିନି ବନବିଭାଗ ।

Ganjam Tiger Attack