Advertisment

ସମ୍ବଲପୁର ଗଲା ନୂଆପଡ଼ାର ମଣିଷ ଖିଆ ବାଘ, ନେଇ ସାରିଛି ୨ ଜୀବନ

ବାଘକୁ କାବୁ କରି ଆଣିବାର ଦିନ ପୂର୍ବରୁ ସମ୍ବଲପୁରର ଉଦ୍ଧାରକାରୀ ଟିମ୍‌ ପ୍ରଥମେ ରେକି କରିଥିଲେ। ବାଘର ଗତିବିଧିକୁ ଅନୁଧ୍ୟାନ କରିଥିଲେ।

Tiger

Tiger

Advertisment

ସମ୍ବଲପୁର ଗଲା ନୂଆପଡ଼ାର ମଣିଷ ଖିଆ ବାଘ । କଲରାପତରିଆକୁ ଟ୍ରାଙ୍କୁଲାଇଜ ନ କରି ସଫଳତାର ସହ ସମ୍ବଲପୁର ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର DFO ଅଂଶୁପ୍ରଜ୍ଞା ଦାଶ ।

Advertisment

ଏବେ ବାଘକୁ ସମ୍ବଲପୁର ମୋତିଝରଣ ସ୍ଥିତ ସମ୍ବଲପୁର ଚିଡିଆଖାନାର ରେସ୍କ୍ୟୁ ସେଣ୍ଟରରେ ରଖାଯାଇଛି । ବାଘର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ବୋଲି DFO କହିଛନ୍ତି।

ବାଘକୁ କାବୁ କରି ଆଣିବାର ଦିନ ପୂର୍ବରୁ ସମ୍ବଲପୁରର ଉଦ୍ଧାରକାରୀ ଟିମ୍‌ ପ୍ରଥମେ ରେକି କରିଥିଲେ। ବାଘର ଗତିବିଧିକୁ ଅନୁଧ୍ୟାନ କରିଥିଲେ। ଏହି ଉଦ୍ଧାରକାରୀ ଟିମ୍‌ରେ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର DFOଙ୍କ ସମେତ, ପ୍ରାଣୀ ଚିକିତ୍ସକ, ଓ ବନ ବିଭାଗର ଅନ୍ୟ ଅଧିକାରୀ ସାମିଲ ଥିଲେ ।

Advertisment

ସେପଟେ ନୂଆପଡା ଜିଲ୍ଲାରେ ଗତ ସପ୍ତାହକ ମଧ୍ୟରେ ଦୁଇ ଜଣଙ୍କୁ ବାଘ ମାରି ଖାଇଥିବା ବେଳେ ଜଣେ ଶିଶକୁ ଲୋକେ ବାଘ ମୁହଁରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। । ଏହାପରେ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି। ରାତି ତ ରାତି, ଦିନରେ ବି ଗାଁ ଶୂନଶାନ।

ବନ ବିଭାଗ ସପ୍ତାହେ ହେବ ଗାଁରେ ଦିନ ରାତି ପାଟ୍ରୋଲିଂ ଜାରି ରଖିଛି। ଜିଲ୍ଲା ପ୍ରଶାସନ ମଧ୍ୟ ଗାଁ ଗାଁରେ ସଚେତନତା ପାଇଁ ବୈଠକ କରୁଛି। ଲୋକଙ୍କ ଧନ ଜୀବନର ସୁରକ୍ଷା ସହ ବନ୍ୟଜନ୍ତୁର ସୁରକ୍ଷା ପାଇଁ ପଥପ୍ରାନ୍ତ ସଭା ଆୟୋଜିତ ହେଉଛି।

Sambalpur Nuapada Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe