Advertisment

ଅକ୍ଟୋବରରୁ ଆରମ୍ଭ ବାଘ ଗଣନା

ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Tiger

ବାଘ ଓ ହାତୀ ଗଣନା କରିବେ ରାଜ୍ୟ ସରକାର। ଅକ୍ଟୋବରରୁ ଆରମ୍ଭ ହେବ ବାଘ ଗଣନା। ଦୁଇଟି ପର୍ଯ୍ୟାୟରେ ହେବ ଗଣନା। ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା। ବନ ବିଭାଗର ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

Advertisment

ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ବାଘ ଗଣନା କରାଯିବ। CCTV କ୍ୟାମେରା ଟ୍ରାପ୍ ଜରିଆରେ ବାଘର ଚଳପ୍ରଚଳକୁ କଏଦ କରାଯିବ। ପ୍ରାୟ ଦେଢ଼ ମାସ ଧରି ଚାଲିବ ବାଘ ଗଣନା। ସେହିପରି ୨୦୨୪ ମେ'ରୁ ହାତୀ ଗଣନା ହେବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବାଘଙ୍କ ଲାଗି ସୁରକ୍ଷିତ ନୁହେଁ କି ଓଡ଼ିଶା? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରିଛି । ଆଜି ବିଶ୍ୱ ବ୍ୟାଘ୍ର ଦିବସରେ ପରିବେଶବିତ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। କାରଣ ରାଜ୍ୟରେ କମି କମି ଚାଲିଛି ବାଘ ସଂଖ୍ୟା। ।ରାଷ୍ଟ୍ରୀୟ ବ୍ୟାଘ୍ର ସରକ୍ଷଣ ପ୍ରାଧିକରଣ ବା NTCA ରିପୋର୍ଟରୁ ମିଳିଛି ଏଭଳି ଚିନ୍ତାଜନକ ତଥ୍ୟ ।

Advertisment

NTCA ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ସଂଖ୍ୟା ୩୨ରେ ପହଞ୍ଚିଥିଲା । ୨୦୧୪ ଓ ୨୦୧୮ରେ ୨୮କୁ ହ୍ରାସ ପାଇଛି ବାଘ ସଂଖ୍ୟା। ସେହିପରି ରାଜ୍ୟ ସରକାରଙ୍କ ନିଜସ୍ୱ ବାଘ ଗଣନା ଅନୁଯାୟୀ, ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ କମିଛି ।

Odisha Tiger Count Tiger