Advertisment

୮ ବର୍ଷ ପରେ ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ବୈଜ୍ଞାନିକ ପଦ୍ଧତି ଓ ଟ୍ରାପ୍ କ୍ୟାମେରା ସହାୟତାରେ ବାଘ ଗଣନା ହେଉଛି।

Tiger

Tiger

Advertisment

ଦୀର୍ଘ ୮ ବର୍ଷ ପରେ ନୂଆପଡା ସୁନାବେଡା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି। ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ବୈଜ୍ଞାନିକ ପଦ୍ଧତି ଓ ଟ୍ରାପ୍ କ୍ୟାମେରା ସହାୟତାରେ ବାଘ ଗଣନା ହେଉଛି।

Advertisment

୬୦୦ ବର୍ଗ କିଲୋମିଟର ସୁନାବେଡା ଅଭୟାରଣ୍ୟରେ ବାଘ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି। ବାଘର ବିଭିନ୍ନ ଚଳାପଥରେ କ୍ୟାମେରା ଲଗାଇଛି ବନ ବିଭାଗ। ବାଘର ପାଦ ଚିହ୍ନ ଓ ମଳ ସଂଗ୍ରହ କରି ଗଣନା କରାଯାଉଛି।

ଆଗରୁ ବାଘ ଗଣନା ବେଳେ ବାଘର ପାଦ ଚିହ୍ନକୁ ପ୍ଲାଷ୍ଟର ଅଫ୍ ପ୍ୟାରିସରେ ଛାଞ୍ଚ ସଂଗ୍ରହ କରାଯାଉଥିଲା। ଏବେ ଟ୍ରାପ୍ କ୍ୟାମେରା ଲଗାଇ ବାଘ ପାଦ ଚିହ୍ନର ଫଟୋ ଉଠାଯାଉଛି।

Advertisment

ସୁନାବେଡା ଅଭୟାରଣ୍ୟର ୩ଟି ରେଞ୍ଜ କୋମନା, ସୁନାବେଡା ଓ ନୂଆପଡ଼ା ରେଞ୍ଜର ୧୦ଟି ସେକ୍ସନରେ ଚାଲିଛି ବାଘ ଗଣନା। ୨୭ଟି ବିଟରେ ୨୭ଟି ଟିମ୍ ବାଘ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

Nuapada Tiger Count
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe