Advertisment

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା, ଆରମ୍ଭ ହେଲା ଟ୍ରେନିଂ

ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ବାଘ ଗଣନା ଟ୍ରେନିଂ କରାଯାଉଛିା ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବୈଜ୍ଞାନିକ ଦେଉଛନ୍ତି ପ୍ରଶିକ୍ଷଣ।

author-image
Niharika Rout
Tiger Counting

Tiger Counting

ଏଣିକି ପ୍ରତିବର୍ଷ ହେବ ବାଘ ଗଣନା। ରାଜ୍ୟରେ ବାଘ ଗଣନା ପାଇଁ ଚନ୍ଦକା ଗୋଡ଼ିବାରିରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ବାଘ ଗଣନା ଟ୍ରେନିଂ କରାଯାଉଛିା ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଚାଲିବ ।

Advertisment

ପର୍ଯ୍ୟାୟକ୍ରମେ ୮ଟି ସର୍କଲର ACF, DFOଙ୍କ ସମେତ ବନ ବିଭାଗ ଅଧିକାରୀ, ବନ କର୍ମଚାରୀଙ୍କୁ ଦିଆଯିବ ପ୍ରଶିକ୍ଷଣ। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ୩ ଜଣ ବୈଜ୍ଞାନିକ ଦେଉଛନ୍ତି ପ୍ରଶିକ୍ଷଣ।

ଏହାପରେ ଅକ୍ଟୋବର ୧୫ରୁ ୩୧ ପର୍ଯ୍ୟନ୍ତ ବାଘ ଚଲାପଥ ସର୍ଭେ ହେବ । ଏହାସହ ପାଦ ଚିହ୍ନ ସର୍ଭେ ମଧ୍ୟ କରାଯିବ। ନଭେମ୍ବର ପ୍ରଥମ ସପ୍ତାହରୁ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ ହଜାର କ୍ୟାମେରା ଟ୍ରାପ ୮ଟି ସର୍କଲରେ ଲଗାଯିବ।

Advertisment

ବାଘମାନଙ୍କର ମଳର ନମୁନା ସଂଗ୍ରହ କରାଯାଇ DNA ସାମ୍ପଲିଂ କରାଯିବ। ଜାନୁଆରୀ ୩୧ ସୁଦ୍ଧା ବାଘର ସଠିକ ସଂଖ୍ୟା ନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ PCCF ସୁଶୀଲ କୁମାର ପୋପଲି ।

Bhubaneswar Tiger Count