ଶିକାର କରି ଖାଇଲା ଶିମିଳିପାଳ ଆସିଥିବା ନୂଆ ବାଘୁଣୀ ଯମୁନା। ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡ଼ା ଯାଇଥିବା ବେଳେ ବାଘୁଣୀ ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ।
ଶିକାର କରି ଖାଇବା ପରେ ବାଘୁଣୀ ପାଣି ପିଇଥିଲା। ଏବେ ଯମୁନା ସୁସ୍ଥ ଓ ଶାନ୍ତ ଥିବା ବନ ବିଭାଗ ସୂଚନା ଦେଇଛି। ଏନକ୍ଲୋଜର ଭିତରେ ସିସିଟିଭି ଲଗାଇ ବାଘୁଣୀର ଗତିବିଧି ଉପରେ ନଜର ରଖାଯାଇଛି।
Also Read
ଗତ ୨୮ ତାରିଖରେ ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା। ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବାଘ ଆତଙ୍କ; ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ଲୋକେ
ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି।
Miscellaneous
୨୦୩୬ରେ ଗଠନ ହେବ ସମୃଦ୍ଧ ଓଡ଼ିଶା: ୱେବପୋର୍ଟାଲ ଉନ୍ମୋଚିତ, ପରାମର୍ଶ ଲୋଡ଼ିଲେ ସରକାର
ଆଜି ଏହି ଭିଜନ ଡକ୍ୟୁମେଂଟ ସଂକ୍ରାନ୍ତ ୱେବପୋର୍ଟାଲକୁ ଉନ୍ମୋଚନ କରି ରାଜ୍ୟବାସୀଙ୍କଠୁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆବଶ୍ୟକ ସୁଚିନ୍ତିତ ମତାମତ ହ୍ୱାଟସଅପ୍ ନମ୍ବର ଓ ଇମେଲ୍ ମାଧ୍ୟମରେ ପଠାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି ।
Miscellaneous
ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ‘ସୁଭଦ୍ରା’: ଉପମୁଖ୍ୟମନ୍ତ୍ରୀ
ରାଜ୍ୟ ବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନା ହେଉଛି ‘ସୁଭଦ୍ରା’। ପ୍ରତ୍ୟେକ ଗରିବ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
Miscellaneous
ପିଏମ୍ ଆବାସ ଯୋଜନାରେ ପଛୁଆ ମୟୂରଭଞ୍ଜ ଜିଲ୍ଲା, ୮୪୩ ଅଫିସରଙ୍କ ଦରମା ବନ୍ଦ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପଛରେ ପଡ଼ିଯାଇଛି ମୟୂରଭଞ୍ଜ ଜିଲ୍ଲା। ଏପରି ରିପୋର୍ଟ ପ୍ରକାଶ ପାଇବା ପରେ ଆକ୍ସନ ମୁଡକୁ ଆସି କଠୋର ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ।
National
ବାନ୍ଧବଗଡ଼ ଟାଇଗର ରିଜର୍ଭରୁ ୪ ହାତୀଙ୍କ ମୃତଦେହ ଠାବ; ୫ ଗୁରୁତର
ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭରେ ୪ ହାତୀଙ୍କର ମୃତଦେହ ଠାବ ହୋଇଛି। ୧୩ ଟିକିଆ ହାତୀ ପଲରେ ସାମିଲ ଥିବା ଏହି ୪ ହାତୀଙ୍କ ମୃତ୍ୟୁ ବ୍ୟତୀତ ୫ ହାତୀଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି।