Advertisment

ବାରହା ଶିକାର କଲା ବାଘୁଣୀ 'ଯମୁନା'

ଗତ ୨୮ ତାରିଖରେ ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା।

ଅଦ୍ୟତନ ହୋଇଛି
Tiger

Tiger

Advertisment

ଶିକାର କରି ଖାଇଲା ଶିମିଳିପାଳ ଆସିଥିବା ନୂଆ ବାଘୁଣୀ ଯମୁନା। ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡ଼ା ଯାଇଥିବା ବେଳେ ବାଘୁଣୀ ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ।

Advertisment

ଶିକାର କରି ଖାଇବା ପରେ ବାଘୁଣୀ ପାଣି ପିଇଥିଲା। ଏବେ ଯମୁନା ସୁସ୍ଥ ଓ ଶାନ୍ତ ଥିବା ବନ ବିଭାଗ ସୂଚନା ଦେଇଛି। ଏନକ୍ଲୋଜର ଭିତରେ ସିସିଟିଭି ଲଗାଇ ବାଘୁଣୀର ଗତିବିଧି ଉପରେ ନଜର ରଖାଯାଇଛି।

ଗତ ୨୮ ତାରିଖରେ ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀକୁ ଶିମିଳିପାଳ ଅଣାଯାଇଥିଲା। ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା।

Advertisment
Similipal National Park Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe