Advertisment

ଘୁଷୁରିକୁ ମାରି ଖାଇଲା ବାଘୁଣୀ 'ଜିନତ୍'

ଗତକାଲି ରାତି ପ୍ରାୟ ୧୦ଟାରେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଛି।

Tiger

Tiger

Advertisment

ଶିମିଳିପାଳର ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ 'ଜିନତ୍'। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଛି। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ 'ଜିନତ୍ 'ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

Advertisment

ଗତକାଲି ତାକୁ ଚହଲାସ୍ଥିତ ଏନକ୍ଲୋଜରରେ ଛଡ଼ାଯାଇଥିଲା। ସଫ୍ଟ ଏନକ୍ଲୋଜରରେ ଚାପମୁକ୍ତ ହୋଇ ଦୁଇଟି ଶିକାର କରି ପରିବେଶ ସହ ଖାପ ଖୁଆଇବା ପରେ ଜିନତକୁ ଉତ୍ତର ଶିମିଳିପାଳ କୋରକୁ ଛଡ଼ାଯିବ।

ଅକ୍ଟୋବର ୨୮ତାରିଖରେ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଥିବା ଅଢ଼େଇ ବର୍ଷୀୟା ମରାଠା ବାଘୁଣୀ ଯମୁନା ଦୁଇଟି ଶିକାର କରିବା ପରେ ତା’କୁ ନିକଟରେ ଦକ୍ଷିଣ ଶିମିଳିପାଳର କୋରକୁ ଛଡ଼ାଯାଇଥିଲା। ଏବେ ସେ ସେଠି ମୁକ୍ତ ବିଚରଣ କରୁଛି।

Advertisment
Baripada Simpilpal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe