Advertisment

ବାଘ ଆତଙ୍କ; ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ଲୋକେ

ବନ ବିଭାଗ ବାଘର ଉପସ୍ଥିତି ଉପରେ ନଜର ରଖିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Tiger

ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ଅଞ୍ଚଳରେ ବାଘ ଆତଙ୍କ। ଗୁହାଳରୁ ଗାଈ ଓ ବାଛୁରୀକୁ ଟାଣି ନେଇ ବାଘ ଖାଇଦେଇଥିବା ଅଭିଯୋଗ ହୋଇଛି। ରବିବାର ସପଙ୍ଗ ଗାଁର କୈଳାସ ନାୟକ ଗାଈ ଗୁଡ଼ିକୁ ହଜପଲ୍ଲୀ ଜଙ୍ଗଲ ନିକଟରେ ଥିବା ଗୋଠରେ ବାନ୍ଧି ଆସିଥିଲେ। ରବିବାର ରାତିରେ ବର୍ଷା ହେବା ଯୋଗୁ ଗୋଠକୁ ଯାଇପାରି ନଥିଲେ।

Advertisment

ସୋମବାର ସକାଳେ କୈଳାସ ଗୋଠକୁ ଯାଇ ଦେଖିଲା ବେଳକୁ ଗାଈ ଗୁଡିକ ପଘା ଛିଡାଇ ଏପଟ ସେପଟ ବୁଲୁଛନ୍ତି। ଏଥିସହ ଏକ ଗାଈ ଓ ବାଛୁରୀ ନଥିବା ସେ ଦେଖିବାକୁ ପାଇଥିଲେ।  ଏଥିସହ ଗୋଠ ନିକଟରେ ବାଘର ପାଦଚିହ୍ନ ଓ ବାଘର ପାଦଚିହ୍ନ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଏଥିସହ ବନ ବିଭାଗ ବାଘର ଉପସ୍ଥିତି ଉପରେ ନଜର ରଖିଛି।

ଏହି ଘଟଣା ଲୋକଲୋଚନକୁ ଆସିବା ପର ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସନ୍ଧ୍ୟାହେବା ପରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି।।

Advertisment
Ganjam Tiger Attack