Advertisment

ବଳଦକୁ ଖାଇଦେଲା ବାଘ; ଗାଁ ଲୋକେ ଭୟଭୀତ

ଢେପାଗୁଡ଼ା ପଞ୍ଚାୟତ କୃଷ୍ଣପୁର ଗାଁର ଆଦିକନ୍ଦ ଶବର ନିଜର ବଳଦକୁ ମକା ବାଡ଼ରେ ବାନ୍ଧି ଥିଲେ। ରବିବାର ରାତି ପ୍ରାୟ ୯ଟା ବେଳେ ବାଘ ଆସି ବଦଳକୁ ଟାଣି ନେଇଥିଲେ। ମକା ବାଡି ଭିତରେ ବଳଦକୁ ଝୁଣି ପକାଇଥିଲା

Tiger

Tiger

Advertisment

ରାତିର ଅନ୍ଧକାରରେ ଖୁଣ୍ଟରେ ବନ୍ଧା ହୋଇଥିବା ବଳଦକୁ ଝାମ୍ପି ନେଲା ବାଘ! ଏପରି ଘଟଣା ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳରେ ଦେଖିବାକୁ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଭୟର ବାତା ବରଣ ଖେଳି ଯାଇଛି। ବନ ବିଭାଗ ଗାଁରେ ପହଞ୍ଚି ବାଘର ପଦ ଚିହ୍ନକୁ ସଂଗ୍ରହ କରିଛି। ଏଥିସହ ବାଘର ଗତିବିଧି ଉପରେ ନଜର ରଖିଛି।

Advertisment

ଢେପାଗୁଡ଼ା ପଞ୍ଚାୟତ କୃଷ୍ଣପୁର ଗାଁର ଆଦିକନ୍ଦ ଶବର ନିଜର ବଳଦକୁ ମକା ବାଡ଼ରେ ବାନ୍ଧି ଥିଲେ। ରବିବାର ରାତି ପ୍ରାୟ ୯ଟା ବେଳେ ବାଘ ଆସି ବଦଳକୁ ଟାଣି ନେଇଥିଲେ। ମକା ବାଡି ଭିତରେ ବଳଦକୁ ଝୁଣି ପକାଇଥିଲା। ବଳଦର ଚିତ୍କାର ଶୁଣି ଆଦିକନ୍ଦ ଓ ଗାଁ ମକା କିଆରି ପାଖକୁ ଧାଇଁ ଆସିଥିଲେ। ସେତେବେଳେ ବାଘଟି ପଳାଇ ଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ଗାଁରେ ଭୟର ବାତା ବରଣ ଖେଳି ଯାଇଥିଲେ। ଗାଁରେ ଏକ ପ୍ରକାର ତାଟି କବାଟ ପଡ଼ିଯାଇଥିଲା।

ଆଜି ସକାଳେ ବନ ବିଭାଗର କର୍ମଚାରୀମାନେ ଗାଁରେ ପହଞ୍ଚିଥିଲେ। ବାଘର ପଦ ଚିହ୍ନର ସ୍କେଚ୍‌ ତିଆରି କରିଛି ବନ ବିଭାଗ। ଏଥିସହ ବଳଦର ମୃତଦେହ ପାଖରେ ପଡ଼ିଥିବା ପାଦ ଚିହ୍ନକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିରେ କୃଷ୍ଣପୁର ଓ ଆଖପାଖ ଗାଁରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଛି। ଗାଁ ଲୋକଙ୍କୁ ସଚେତନତା କରାଯାଉଛି। ବଳଦକୁ ଯଦି ବାଘ ମାରିଥିବ, ତାହାହେଲେ କ୍ଷତିପୂରଣ ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ବନ ବିଭାଗ କହିଛି।

Advertisment

ରିପୋର୍ଟ- ମୋହନାରୁ ମିହିର ଜତି

Paralakhemundi Tiger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe